ଗଜଲକ୍ଷ୍ମୀ ପୂଜା ପାଇଁ ଭବ୍ୟ କଳସ ଯାତ୍ରା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥପଡ଼ା ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଜଗନ୍ନାଥ ମନ୍ଦିର ପରିସରରେ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ରବିବାର ଦିନ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଶହ ଶହ ସଂଖ୍ୟାରେ ମାଁ ଓ ଭଉଣୀ ମାନେ ଏଥିରେ ଯୋଗଦେଇ ସ୍ଥାନୀୟ ଅମ୍ବାଜି ମନ୍ଦିରରୁ ଜଳ ଆଣି ଲକ୍ଷ୍ମୀ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ କଳସ ସ୍ଥାପନ କରିଥିଲେ । ପୂଜା ଆଜିଠାରୁ ଆରମ୍ଭ ହୋଇ ପ୍ରତିବର୍ଷ ଭଳି ୧୦ ଦିନ ଧରି ପାଳନ ହେବ । ସମସ୍ତ ପ୍ରକାର ପ୍ରସ୍ତୁତି ଯଥା ତୋରଣ, ଆଲୋକ ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରଦ୍ଧାଳୁ ପୂଜା ଦିନକୁ ଅପେକ୍ଷା କରିଛନ୍ତି ।