ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଉର୍ଲାଦାନୀ ପଞ୍ଚାୟତର ସରକାରୀ ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ଜନଜାତି ଗୈାରବ ଦିବସ ତଥା ସହଭାଗୀତା ରୂପେ ଅଭିଭାବକ ସମ୍ମିଳନୀ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ମହେଶ୍ୱର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ହୋଇ ମହାଆଡମ୍ବରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମା ପ୍ରସାଦ ସତପଥି ଭଗବାନ ବିର୍ସା ମୁଣ୍ଡାଙ୍କ ବୀରତ୍ୱ କାହାଣୀ ଉପରେ ଆଲୋଚନା କରିଥିଲେ। ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳୀ ନାଏକ ଭାରତର ସ୍ବାଧୀନତା ସଂଗ୍ରାମରେ ଆଦିବାସୀ ବୀର ମାନଙ୍କ ବିଷୟରେ ବିଷଦ ଭାବରେ ଆଲୋଚନା କରିଥିଲେ। ସଭାକାର୍ଯ୍ୟ ପରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା ହୋଇଥିଲା। କୃତିତ୍ବ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ଅରୁଣା ବାଳା ସ୍ବାଇଁ ସୁଶ୍ରୀ ସସ୍ମିତା ବାଗ, ଶିକ୍ଷକ ସୈମ୍ଯ ରଞ୍ଜନ ସାହୁ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଅଭିଭାବକ ମାନେ ବହୁ ଦୂର ଦୂରଦୂରାନ୍ତରୁ ଆସି କାର୍ଯ୍ୟକ୍ରମରେ ଯୋଗଦେଇ ସହଭାଗିତା ରୂପେ ଅଭିଭାବକ ମାନେ ଆଲୋଚନା କରିଥିଲେ।
