ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ପାପଡାହାଣ୍ଡି ଥାନା ତୁମ୍ବର୍ଲା ଫାଣ୍ଡି ଅଧୀନ ବାବାଜୀଗୁଡା ଜଙ୍ଗଲରୁ ଆଜି ଜଣେ ବ୍ୟକ୍ତିର ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରିଛି ପାପଡାହାଣ୍ଡି ପୋଲିସ। ମୃତ ବ୍ୟକ୍ତିର ପରିଚୟ ମିଳି ପାରିନି। ସୂଚନା ଅନୁସାରେ, ବାବାଜୀଗୁଡା ଗ୍ରାମର କିଛି ଲୋକ ଜଙ୍ଗଲ କୁ ଜାଳେଣି କାଠ ସଂଗ୍ରହ କରିବା ପାଇଁ ରାସ୍ତା ଠାରୁ ପ୍ରାୟ କିଛି ଦୂର ଜଙ୍ଗଲକୁ ଯାଇଥିଲେ। ସେଠାରେ ଏକ ଗଛରେ ଜଣେ ଝୁଲନ୍ତା ଅବସ୍ଥାରେ ଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ପୋଲିସ ମୃତକର ପରିଚୟ ଖୋଜିଥିଲେ, କିନ୍ତୁ ପରିଚୟ ମିଳି ପାରିନଥିଲା। ଶବ ଉଦ୍ଧାର କରି ନବରଙ୍ଗପୁର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସନ୍ଧ୍ୟା ଯୋଗୁଁ ବ୍ୟବଛେଦ ହୋଇ ପାରିନାହିଁ। ଏ ନେଇ ପାପଡାହାଣ୍ଡି ଥାନାରେ ଏକ ଅପମୃତ୍ୟୁ ମାମଲା ରଜୁ କରିଥିବା ପାପଡାହାଣ୍ଡି ଇନ୍ସପେକ୍ଟର ସନ୍ତୋଷ କୁମାର ମାଝୀ ସୂଚନା ଦେଇଛନ୍ତି।
