ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଡାକବଙ୍ଗଳା ଠାରେ ନର୍ଲା ପ୍ରେସ ଏସୋସେସନ ଓଜେୟୁ ଶାଖା ସଭାପତି ଚିନ୍ତାମଣି ନାଏକଙ୍କ ଅଧ୍ୟକ୍ଷତାରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଯୋଗଦେଇଥିଲେ। ସମ୍ମାନିତ ଅତିଥି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ କୃତିବାସ ପୁଝାରୀ, ଏଏସଆଇ ଅବନୀ ଖୁରା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଯୁବ ନେତା ପ୍ରଦୀପ କୁମାର ନାଏକ, ସମାଜସେବୀ ଶାନ୍ତି ମାଝୀ, ବରିଷ୍ଟ ଆଇନ୍ ଜିବୀ କୁବେର ସାହୁ, ନର୍ଲା ଡ଼ିଗ୍ରୀ କଲେଜ୍ ଅଧ୍ୟାପିକା ବାସନ୍ତୀ ସାହୁ, ଯୁବନେତା ସମୀର ଚାନ୍ଦ ଓ ଦିପୁ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ସାମ୍ବାଦିକ ମାନେ ନିର୍ଭୀକ ଓ ନିରପେକ୍ଷ ଭାବରେ ସାମ୍ବାଦିକତା କରି ସମାଜ ଓ ଅଞ୍ଚଳର ବିକାଶ କ୍ଷେତ୍ରରେ ସହଭାଗିତା ପାଇଁ ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ କୁମାର ପାତ୍ର, ଉପସଭାପତି ଡୋଳାମଣି ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସଙ୍ଘର ସଦସ୍ୟ ଅଜିତ୍ ମାଝୀ, ନରୋତ୍ତମ ପାୟସିଂ, ସଞ୍ଜୀବ ଦାସ, ବାବୁଲାଲ ବାଗ, ତପନ କୁମାର ସାହୁ, ବାରୁ ମାଝୀ, ବିରଞ୍ଚି କରୁଅ, ଗୁପ୍ତେଶ୍ୱର ହାତୀ, ଜଗୁଲାଲ ମାଝୀ, ସୁବ୍ରତ ସାହୁ, ରୋହିତ କୁମାର୍ ନାଏକ ସଦାନନ୍ଦ ନାଗ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
