ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (କୈଳାସ ଚନ୍ଦ୍ର ବିଷୋୟୀ) : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମତିଥି ପାଳନ ଅବସରରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଭବ୍ୟ ସମାରୋହ” ଏକତା ପଦଯାତ୍ରା” ରେ ଆଜି ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ବିଶିଷ୍ଟ ଅତିଥି ରୂପେ ଲୋକସଭା ସାଂସଦ ବଳଭଦ୍ର ମାଝି, ସମ୍ମାନୀତ ଅତିଥି ରୂପେ ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ପ୍ରମୁଖ ଯୋଗଦେଇ ପାପଡ଼ାହାଣ୍ଡି ସ୍ଥିତ ସହିଦ ମିନାର ସ୍ମୃତିସ୍ତମ୍ବ ଠାରେ ସହିଦ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକତା ପଦଯାତ୍ରାରେ ସାମିଲ ହୋଇଥିଲେ।

ପଦଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ସମାଜସେବୀ କୁଞ୍ଜ ବିହାରୀ ଦାସ, ପିଏ, ଆଇଟିଡିଏ ରାଜୀବ ସାହୁ , ଡିଇଓ ଛତ୍ରପତି ସାହୁ, ଡିଡ଼ବ୍ଲୁ ଓ ରବୀନ୍ଦ୍ର ପାଳକା, ଡିଆଇପିଆର୍ ଓ ମନୋଜ ବେହେରା, ବିଡିଓ ନଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ, ବିଡିଓ ତେନ୍ତୁଳିଖୁଣ୍ଟି ମନୋଜ ପାଣିଗ୍ରାହୀ, ବିଡିଓ ନବରଙ୍ଗପୁର ସୁନିଲ ଖୁରା, ଡିସିଓ ଘଷିଆ ହରିଜନ, କ୍ରୀଡ଼ା ଅଧିକାରୀ ସୁଶାନ୍ତ ନାୟକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ, ଅନ୍ୟ ବିଭାଗୀୟ ଅଧିକାରୀ, ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ, ସ୍ବେଛାସେବୀ ସଂଗଠନ କର୍ମକର୍ତ୍ତା, ଯୁବକ, ଏସଏଚ୍ ଜି ମହିଳା, ଅଙ୍ଗନୱାଡ଼ି କର୍ମୀ, ବହୁ ଜନସାଧାରଣ , ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଯୋଗ ଦେଇ ବନ୍ଦେ ମାତରଂ, ଭାରତ ମାତା କି ଜୟ, ଜାତୀୟ ଏକତା ଜିନ୍ଦାବାଦ ନାରା ସହ ପ୍ରାୟ ୧୫ କିମି ପାଦରେ ଯାତ୍ରା ପୂର୍ବକ ଆର୍ ସିଡି ପିଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ସମାବେଶ ହୋଇଥିଲେ। ପଦଯାତ୍ରାରେ ପାଇକ ଆଖଡ଼ା, ବିଭିନ୍ନ ସାଂସ୍କୃତିକ ଦଳ ନିଜ ନିଜର ରଣକୌଶଳ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଆର୍ ସି ଡି ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ପଦଯାତ୍ରାରେ ସାମିଲ ଥିବା ଅତିଥି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ସାଂସଦ ବଳଭଦ୍ର ମାଝି, ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ବିଶ୍ଵଜିତ ବର୍ମନ୍, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଯଦୁମଣି ନାଏକ, ସମାଜ ସେବୀ କୁଞ୍ଜ ବିହାରୀ ଦାସ ପ୍ରମୁଖ ମଞ୍ଚାସିନ ଥିଲେ। ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ଆଜିର ଯୁବପିଢ଼ି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଦେଶ ମାତୃକାର ସେବା ରେ ନିଜକୁ ନିୟୋଜିତ ଏବଂ ନିଜକୁ ସ୍ୱାବଲମ୍ବୀ ମଣିଷ ରୂପେ ଗଢି ତୋଳିବା ପାଇଁ ଆହ୍ବାନ କଲେ। ମାନ୍ୟବର ସାଂସଦ ବଳଭଦ୍ର ମାଝି ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଙ୍କ “ଏକ ଭାରତ ଆତ୍ମ ନିର୍ଭର ଭାରତ” ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶର ଉତ୍ପାଦ ଦ୍ରବ୍ୟର ବ୍ୟବହାର ଓ “ଶ୍ରେଷ୍ଠ ଓ ସମୃଦ୍ଧ ଭାରତ” ର ସ୍ବପ୍ନକୁ ସାକାର କରିବା ରେ ନିଜ ଉଦ୍ୟମ ଓ ସହଯୋଗ କୁ ଗୁରୁତ୍ବ ଦେଲେ।ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ନିଜ ବକ୍ତବ୍ୟରେ ଦେଶର ଏକତା, ସଦ୍ଭାବ, ଜାତୀୟ ସଂହତି ଓ ଭାଇଚାରାର ବାର୍ତା ଦେଉଥିବା ଏହି ପଦଯାତ୍ରାରେ ସାମିଲ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ସହ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ଆହ୍ଵାନ କରିଥିଲେ। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ସମସ୍ତଙ୍କୁ “ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ଓ ଆତ୍ମନିର୍ଭର ଭାରତ” ର ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇସ୍କୁଲ ସ୍ତର ପ୍ରବନ୍ଧ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ସଭା ପରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ପାପଡ଼ାହାଣ୍ଡି ସହିଦମିନାର ସଭା ଏବଂ ଆର୍ ସି ଡି ହାଇସ୍କୁଲ ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶାନ୍ତ ନାୟକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ସହଯୋଗ କରିଥିଲେ।
