ରାଇରଙ୍ଗପୁର ପୋଲିସ ଜିଲ୍ଲା ରେ ନୂତନ ଜିଲ୍ଲା ଆରକ୍ଷୀ ଅଧିକାରୀ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଆଜି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗସ୍ତ କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର। ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିବା ନେଇ ଚୁଡାନ୍ତ ପର୍ଯ୍ୟାୟରେ ଚାଲିଛି ଜୋରଦାର୍ ପ୍ରସ୍ତୁତି। ତେବେ ରାଜ୍ୟ ସରକାର ରାଇରଙ୍ଗପୁର ପୋଲିସ ଜିଲ୍ଲା ଘୋଷଣା ପରେ ଜିଲ୍ଲା ପ୍ରଶାସନ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସୂଚନା ଅନୁଯାଇ ଅଳ୍ପ ଦିନ ମଧ୍ୟରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ଏସପିଙ୍କ କାର୍ଯ୍ୟ ଭାର ଗ୍ରହଣ କରିବା ନେଇ ଆଜି ଅସ୍ଥାୟୀ ଭାବରେ ବିଭିନ୍ନ କାର୍ଯ୍ୟାଳୟକୁ ସମୀକ୍ଷା କରିଛନ୍ତି ଡିଆଇଜି। ତେବେ ଏହି ଗସ୍ତରେ ସେ ପ୍ରଥମେ ରାଇରଙ୍ଗପୁର ଏସଡିପିଓ କାର୍ଯ୍ୟାଳୟ ଆସିବାପରେ ଏସପି ରେକର୍ଡ ରୁମ, ଏସପି କାର୍ଯ୍ୟାଳୟ, ହୋମଗାର୍ଡ କାର୍ଯ୍ୟାଳୟ, ପୋଲିସ ବ୍ୟାରେକ ଏବଂ ଏସପି ଆବାସ ସ୍ଥଳୀ ପରିଦର୍ଶନ କରିଛନ୍ତି। ଏହି ରିପୋର୍ଟ ପୋଲିସ ବିଭାଗର ଉଚ୍ଚସ୍ଥରୀୟ ପଦାଧିକାରୀ ପାଖକୁ ଗଲାପରେ ରାଇରଙ୍ଗପୁର ପୋଲିସ ଜିଲ୍ଲାରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ପିନାକ ମିଶ୍ର । ରାଇରଙ୍ଗପୁର ଗସ୍ତବେଳେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ଜିଲ୍ଲାର ବିଭିନ୍ନ ଥାନାର ସମସ୍ତ ଥାନା ଅଧିକାରୀ ଉପସ୍ଥିତଥିଲେ। ମୟୂରଭଞ୍ଜ ଏସ୍ ପି ବରୁଣ ଗୁଣ୍ଟପାଲୀ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଯଦୁନାଥ ଜେନା, ଏସଡିପିଓ ଗୋକୁଳାନନ୍ଦ ସାହୁ ସମେତ ବିଭିନ୍ନ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ।