ଜାମଦା ବୀର ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତି ୫ ଦିନ ଧରି ପାଳିତ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ମଠ ପଡିଆଠାରେ ଆଡମ୍ବରପୂର୍ଣ୍ଣ ଭାବେ ସଂଗ୍ରୀମୀ ଭଗବାନ ବୀର ବିର୍ଷା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତି ପାଳିତ ହୋଇଯାଛି। ୧୫୦ ତମ ଜୟନ୍ତି ଅବସରରେ ବିଭିନ୍ନ ଗାଁ କୁ ଯାଇ ଯୁବ ପିଢୀଙ୍କୁ ଭଗବାନ ବୀର ବିର୍ଷା ମୁଣ୍ଡାଙ୍କ ଆଦିବାସୀ ମାନଙ୍କର ଅଧିକାର ପାଇବା ପାଇଁ ବ୍ରିଟିଶ ସରକାର କୁ କଡା ଜବାବ ଦେଇଥିଲେ ଏବଂ ଜଲ ଜଙ୍ଗଲ ଜମିନ୍ ଅଧିକାରୀ ଏହା କେବଳ ଆଦିବାସୀଙ୍କ ହକ୍ ଓ ଅଧିକାର କୁ କିପରି ଲଢେଇ କରି ଶହୀଦ ହୋଇଥିଲେ ସେ ସମ୍ପର୍କିରେ ଜାମଦା ବିର୍ସା ମୁଣ୍ଡା କମିଟିର ସଦସ୍ଯ ମାନେ ଯୁବ ପିଢୀ ଙ୍କୁ ବିର୍ସା ମୁଣ୍ଡାଙ୍କ ମାର୍ଗଦର୍ଶନ ରେ ଅନୁପ୍ରାଣିତ କରାଇବାକୁ ସଚେତନ ବାର୍ତ୍ତା ସହ ତାଙ୍କର ଜୀବନ ଧାରା କେତେ କଷ୍ଟ ଥିଲା ତାଙ୍କର ବଳିଦାନ କୁ ଏ ଆଦିବାସୀ ଜାତି କିପରି ଚିରଦିନ ମନେ ରଖିବ ସେ ନେଇ ପ୍ରୟାସ କରାଯାଇଥିଲା । ଏହି ପ୍ରୟାସ କୁ ଜାମଦା ବାସୀ କମିଟିକୁ ସାଧୁବାଦ ଜଣାଇଥିଲେ। କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ସକାଳେ ମଠ ପଡିଆ ନିକଟ ରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ତଳେ ଆଦିବାସୀଙ୍କ ପାରମ୍ପରିକ ରିତିନିତି ରେ ପୂଜାର୍ଚ୍ଚନା କରାଯାଇଥିଲା । ଏବଂ ଅପରାହ୍ନ ରେ କମିଟି ପକ୍ଷରୁ ବିଶାଳ ଜନସମାବେଶ ଆୟୋଜିତ ହୋଇଥିଲା। ଉକ୍ତ ଜନ ସମାବେଶ ରେ ମୁଖ୍ଯ ଅତିଥି ଭାବେ ଓଡିଶା ପ୍ରଦେଶ କମିଟି ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ଦଳର ରାଜ୍ଯ ସାଙ୍ଗଠନିକ ସଚିବ ଦୁବରାଜ୍ ନାଗ ଯୋଗଦେଇ ଦେଇ ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ମାଲ୍ଯାର୍ପଣ କରି ବିଶାଳ ସମାବେଶ ରେ ଯୋଗଦାନ କରି କମିଟିର ସଦସ୍ଯ ମାନଙ୍କ ବଳକୁ ଅଧିକରୁ ଅଧିକ ପ୍ରସାଂଶା କରିଥିଲେ। ଆଦିବାସୀ ଜନଜାତି ଗୌରବ ଦିବସ ଅବସରରେ ସମ୍ମାନିତ ଅତିଥି ଭାବେ ଆଦିବାସୀଙ୍କ ଲଢୁଆ ଯୁବ ନେତା ମାନ୍ଯବର ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗଦାନ କରି ଆଦିବାସୀ ସମାଜ ର ଗୌରବ କୁ ବର୍ଦ୍ଧିତ କରି କହିଥିଲେ କି ଭାରତ ବର୍ଷରେ ବସବାସ କରୁଥିବା ୬୪ ପ୍ରକାର ଜନଜାତି ଆଦିବାସୀ ଜନଜାତି ମାନେ ଯେତେ ପର୍ଯ୍ୟନ୍ତ ନିଜର ଅଧିକାର ନିଜର ହକ୍ ପାଇଁ ଜାଗ୍ରତ ନ ହେବେ ସେତେ ପର୍ଯ୍ୟନ୍ତ ଏ ଜାତି ର ବିକାଶ ହୋଇପାରିବ ନାହିଁ, ତେଣୁ ହେ ଆଦିବାସୀ ଯୁବ ସମାଜ ଏବେ ସମୟ ଆସିଛି ଜାଗ୍ରତ ହୁଅ ନିଜ ଅଧିକାର ପାଇଁ ଆଗେଇ ଆସ ମୁଁ ସାଥିରେ ଅଛି । ଆସନ୍ତୁ ସଭେଁଏ ମିଶି ଆଜିର ଗୌରବ ଦିବସ ଅବସର ରେ ପ୍ରତିଜ୍ଞା କରିବା ନିଜ ଜାତି ପାଇଁ ଓ ସମାଜ ର ସମ୍ପ୍ରଦାୟର ବିକାଶ ଧାରାରେ ସାମିଲ ହେବା ଆଗକୁ ବଢିବା ଭଗବାନ ବିର୍ସା ମୁଣ୍ଡାଙ୍କ ପରି ଦେଶ ପାଇଁ ଜାତି ପାଇଁ ଟେକ ଓ ଗୌରବ ଆଣିବା କହି ବିଶାଳ ସମାବେଶ ରେ ଅଭିଭାଷଣ ରଖିଥିଲେ। ବିଭିନ୍ନ ଅତିଥି ପେସା ଆଇନ ସମ୍ପର୍କରେ ଅବଗତ କରାଇଥିଲେ। ଆଉ ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଥିବା ହୋ ମୁଣ୍ଡା ସାନ୍ତାଳ ଓ ମାହାଲୀ ଜନଜାତି ଆଦିବାସୀ ମାନେ କିପରି ରୋଜଗାର କ୍ଷମ ହେବେ କିପରି ଉଚ୍ଚଶିକ୍ଷିତ ହେବେ ସେଥିନେଇ ଆଲୋଚନା କରିଥିଲେ । ତେବେ ବିଭିନ୍ନ ଆଦିବାସୀ ସମାଜର ସାଂଗଠନିକ ନେତା , ସମାଜ ସଂସ୍କାରକ ଓ ସେଛାସେବୀ, ସହିତ ଅବସରପ୍ରାପ୍ତ ଶିକ୍ଷାବିତ, ଅବସରପ୍ରାପ୍ତ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ତେବେ ଏହି ପରିପେକ୍ଷୀରେ ସମ୍ମାନିତ ଅତିଥି ଭାବେ ସୁସାର ଆକାଳା ର ପଦ୍ମଚରଣ ବାଣ୍ଡରା ଓ ଜୟପାଲ ସିଂ ମୁନ୍ଦୟା, ରାଇରଙ୍ଗପୁର ଆସେକା ସମ୍ପାଦକ ଜିତେନ୍ଦ୍ର ହାଁସଦାଃ, ଝାରଖଣ୍ଡ ମୁକ୍ତିମୋର୍ଚାର ରାଜ୍ଯ ପୂର୍ବତନ ପ୍ରବକ୍ତା ସୁନିଲ ମାଝୀ, ପୂର୍ବତନ ରାଜ୍ଯ ସାଙ୍ଗଠନିକ କେନ୍ଦ୍ର ସଦସ୍ଯ ସାଲୁ କିସ୍କୁ, ସରପଞ୍ଚ ମାଳତୀ ଆଲଡା, ମହିଳା ନେତ୍ରୀ ପାର୍ବତୀ ବିରୁଆ, ଜାମଦା ହୋ ମହାସଭା ସଭାପତି ମୋଟକା ବିରୁଆ, ଦାମୋଦର ପୂର୍ତ୍ତି, ମଧୁ ସୁଧନ ବିରୁଆ, ମାଝୀଆ ଆଲଡା, ଚନ୍ଦ୍ର ମୋହନ ପିଙ୍ଗୁଆ, କୃଷ୍ଣ କଳାଃ, ଓକିଲ ବିର୍ସା କଣ୍ଡାକେଲ, ମଧୁ ବାଣ୍ଡରା, ଦିବର କୁଙ୍କାଲ, ମହେନ୍ଦ୍ର କଣ୍ଡାକେଲ, ପୂର୍ବତନ ସରପଞ୍ଚ ଦୂଖୁଃ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କମିଟିର ମୁଖ୍ଯ ପରିଚାଳକ ଘନଶ୍ୟାମ ପିଙ୍ଗୁଆ, କମିଟିର ଉପଦେଷ୍ଟା ଝଟିଆ ସାୟଁଆ ଓ ମେଘନାଦ ହେମ୍ବ୍ରମ, ଆର୍ ଜେ ମାଷ୍ଟର ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଶେଷରେ ଆଦିବାସୀ ଆର୍କେଷ୍ଟା୍ କୁହୁ ପୋଏଲ ର ବିଶିଷ୍ଟ ନାମିଦାମି କଳାକାର ମାନଙ୍କ ଦ୍ବାରା ଆଦିବାସୀ ସଂଗୀତ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଆଦିବାସୀ ବୀର ବିର୍ସା ମୁଣ୍ଡା ପ୍ରେମୀ ଯୁବକ ଯୁବତୀ ଆବାଳ ବୃଦ୍ଧା ବନିତା ଉପସ୍ଥିତ ଥିଲେ।