କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଅରେବେଡା ଫୁଟବଲ ଆସୋସେଶନ ପକ୍ଷରୁ ସ୍ବର୍ଗତ ଗୋପଗଞ୍ଜନ ବେଣୁପାଣି ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଅରେବେଡା ଦର୍ଲିବାହାଲି ଫୁଟବଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗନେଇ ଖେଳ ପ୍ରଦର୍ଶନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ୧୨ତାରିଖ ରୁ ଆରମ୍ଭ ହୋଇଥିଲା । ଟୁର୍ଣ୍ଣାମେଣ୍ଟର ଅଷ୍ଟମ ଦିବସରେ ଫାଇନାଲ ଖେଳ ଏମସିବି ଚିକିଲି ଏବଂ ବଗାର୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ବଗାର୍ଡ ଖେଳାଳି ଦଳ ଏସସିବି ଚିକିଲି ଦଳକୁ ୫/୧ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଥିଲେ। ଫାଇନାଲ ଖେଲଟିକୁ ତ୍ରିନାଥ ରାଉତ ପରିଚାଳନା କରିଥିବା ବେଳେ କ୍ଷିରୋଦ କୁମାର ଶବର ଏବଂ ଜୟନ୍ତ ବନ୍ଦୀଛୋଡ ଲାଇନମେନ ଦାୟିତ୍ଵ ତୁଲାଇଥିଲେ । ଦୁଃଶାସନ ଖରସେଲ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ସ୍ବର୍ଗତ ଗୋପଗଞ୍ଜନ ବେଣୁ ପାଣି ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ସମାଜସେବୀ ସୁଧୀର ପଣ୍ଡା ମୁଖ୍ୟ ଅତିଥି , ବୃଷଧ୍ୟଜ ବେଣୁପାଣି ମୁଖ୍ୟ ବକ୍ତା , ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ରଣମାଲ ପେକ୍ସ ସମ୍ପାଦକ ଯୁବରାଜ ବାଗ, ଗରୁଡ଼ଧ୍ୟଜ ବେଣୁପାଣି, ସୁଦର୍ଶନ ବେଣୁପାଣି, ବୁଲୁ ସାହୁ , ରଞ୍ଜିତ ପଣ୍ଡା , ଦଳଗଞ୍ଜନ ବେଣୁପାଣି ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଅଭିବାଦନ କରିବା ସହ ବନ୍ଧୁତ୍ୱ ପୂର୍ଣ୍ଣ ଖେଳ ପ୍ରଦର୍ଶନରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନ ତଥା ପରିଚାଳନା କମିଟିର ଡ଼ିଲୁ, ତରୁ , ବିଦେଶୀ, ମଞ୍ଜୁ , ଯୁଧିଷ୍ଠି , ମଣି, ଦେବେନ୍ଦ୍ର, ଡିଙ୍ଗର, ଟିଙ୍କୁ, ଉମେଶ , ପୁସ୍ତମ,ଚିତ୍ରୁ ପ୍ରମୁଖ ଖେଳରେ ସକ୍ରିୟ ସହଯୋଗ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇ ଥିଲା।
