ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ଖରିପ ଧାନ କ୍ରୟ ପାଇଁ ଆସନ୍ତା ୨୯ ତାରିଖରେ ମଣ୍ଡି ଖୋଲିବା ନେଇ ସୂଚନା ରହିଛି। ତେବେ ମଣ୍ଡି ଆରମ୍ଭ ପୂର୍ବରୁ ଧର୍ମଗଡ ଅଞ୍ଚଳରେ ମାଟିଛନ୍ତି ଦଲାଲ। ଚାଷୀଙ୍କ ଠାରୁ କମ୍ ଦାମରେ ଧାନ କ୍ରୟ କରି ଦିନ ଦ୍ବିପହରରେ ଛତିଶଗଡକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ଧର୍ମଗଡ ବୋର୍ଡର ଅଞ୍ଚଳ ବେହେରାଗୁଡ଼ା, ପାଇକପଡା, ସେମଲା, ପଲସପାନି, ପର୍ଲା, ହାତୀପଖାନ୍ ଆଦି ଗାଁ ଦେଇ ଶହ ଶହ କୁଇଣ୍ଟାଲ ଧାନ ଚୋରା ଚାଲାଣ ହେଉଛି। ଅନ୍ୟପଟେ କିଛି ଲାଭଖୋର ଆରଏମସି କର୍ମଚାରୀ ଦଲାଲ୍ ମାନଙ୍କ ସହିତ ହାତ ମିଶାଇ ଧାର ଚୋରା ଚାଲାଣରେ ସହଯୋଗ କରୁଥିବା ଅଞ୍ଚଳରେ ଯୋରଦାର ଚର୍ଚ୍ଚା ହେଉଛି। ଧାନ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପର୍ଲା ଓ ପାଇକପଡ଼ା ଠାରେ ଦୁଇଟି ଚେକ୍ ପୋଷ୍ଟ କରାଯାଇଛି। ତଥାପି ମଧ୍ୟ ବେନିୟମ ଭାବେ ଚାଲାଣ କାଟି ଛତିଶଗଡ ବେପାରୀଙ୍କୁ ଧାନ ଚାଲାଣ ରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
