ବିନା ପୋଷ୍ଟ ଇନସପେକ୍ଟରରେ କେସିଙ୍ଗା ପୋଷ୍ଟ ଅଫିସ

  • ନାହିଁ ନାହିଁ ଚାଲିଛି ୨୦ ବ୍ରାଞ୍ଚ ପୋଷ୍ଟ ଅଫିସ
  • ଉପଭୋକ୍ତାଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଥିବା ସବ ପୋଷ୍ଟ ଅଫିସରେ ଆଜକୁ ୪ ମାସ ହେଲାଣି ଡାକ ପରିଦର୍ଶକ ନାହାନ୍ତି। ଆଗରୁ ଯିଏ ଡାକ ପରିଦର୍ଶକ ଥିଲେ ତାଙ୍କୁ ପ୍ରାୟ ଚାରି ମାସ ତଳେ ବଲାଙ୍ଗୀର କୁ ବଦଳି ହୋଇ ଯିବାପରେ ତାଙ୍କ ସ୍ଥାନରେ ଆଜି ପର୍ଯ୍ୟନ୍ତ ବିଭାଗ ନୂତନ ଡାକ ପରିଦର୍ଶକଙ୍କୁ ନିଯୁକ୍ତି ଦେବା ବଦଳରେ ନର୍ଲାରେ ଥିବା ଡାକ ପରିଦର୍ଶକଙ୍କୁ କେସିଙ୍ଗା ସବ ପୋଷ୍ଟ ଅଫିସର ଦାଇତ୍ୱ ଦେଇଛନ୍ତି। ହେଲେ ଦାୟିତ୍ଵରେ ଥିବା ଡାକ ପରିଦର୍ଶକ ଠିକ୍ ହିସାବରେ କେସିଙ୍ଗା ଆସୁ ନଥିବା ଅଭିଯୋଗ କରୁଛନ୍ତି ଉପଭୋକ୍ତା। ଏଠାରେ ପ୍ରକାଶ ଥାଉକି କେସିଙ୍ଗା ପୋଷ୍ଟ ଅଫିସ ଅଣ୍ଡର ରେ ୨୦ ଟି ବ୍ରାଞ୍ଚ ପୋଷ୍ଟ ଅଫିସ ଅଛି ବ୍ରାଞ୍ଚ ପୋଷ୍ଟଅଫିସ ମାନଙ୍କର ସମସ୍ତ ଦେଖା ରେଖା ସହିତ ସମସ୍ତଙ୍କ ଛୁଟି ମଞ୍ଜୁରର କ୍ଷମତା ମଧ୍ୟ ପରିଦର୍ଶକଙ୍କ ହାତରେ ଥାଏ। ଆଗାମୀ ଦିନରେ ଅନେକ ବ୍ରାଞ୍ଚ ପୋଷ୍ଟ ଅଫିସରେ ଟଙ୍କା ଗପଲତି ହେବାର ପ୍ରମାଣ କେସିଙ୍ଗା ରେ ମଧ୍ୟ ହୋଇଛି ଜଣେ ଦୁଇ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଟଙ୍କା ହେରଫେର ମାମଲାରେ ଜେଲ ମଧ୍ୟ ଯାଇଛନ୍ତି।ଅନେକ ସମୟରେ ଶୁଣିବାକୁ ମିଳୁଛି ଯେ କିଛି ଅପହଞ୍ଚ ଗାଆଁ ଭିତରର ବ୍ରାଞ୍ଚ ପୋଷ୍ଟ ଅଫିସ ଦିନ ତମାମ ଖୋଲୁ ନାହାନ୍ତି।ବର୍ତ୍ତମାନ ବିନା ପୋଷ୍ଟ ପରିଦର୍ଶକ ରେ କେସିଙ୍ଗା ଅଣ୍ଡର ରେ ଥିବା ୨୦ ଗୋଟି ସବ୍ ପୋଷ୍ଟଅଫିସ କିପରି ଚାଲୁଥିବ ତାହା ଚିନ୍ତା ର ବିଷୟ।କିଛି ବ୍ରାଞ୍ଚ ପୋଷ୍ଟ ଅଫିସ ରେ କାର୍ଯ୍ୟରତ ପୋଷ୍ଟ ମାଷ୍ଟର ମାନେ କିଛି ଟଙ୍କା ଦେଇ ଅନ୍ୟ ଜଣଙ୍କୁ ପୋଷ୍ଟ ଅଫିସ ରେ ବସାଇ ନିଜେ ଅନ୍ୟ ଲାଭ କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳୁଛି।କିଛି ବ୍ରାଞ୍ଚ ପୋଷ୍ଟ ମାଷ୍ଟର ମାନେ ନିଜ ପୋଷ୍ଟ ଅଫିସ କାମ ଛାଡ଼ି ପୋଷ୍ଟାଲ ଏଜେଣ୍ଟ କାମ କରୁଥିବା ମଧ୍ୟ ଅନେକ ଉଦାହରଣ ରହିଥିଲେ ମଧ୍ୟ ବିଭାଗ ଜାଣି ଶୁଣି ଚୁପ ବସିଛି। ଅନ୍ୟପଟେ କେସିଙ୍ଗା ସବପୋଷ୍ଟ ଅଫିସ ଡାକ ପରିଦର୍ଶକ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଦୁଇ ଜଣ ଓଭରସିଅର ମନଇଛା ଅଫିସ ଖୋଲୁଛନ୍ତି ଦୁଇ ଜଣ ସାର ଙ୍କୁ ଯେତେ ବେଳେ ପଚାରିଲେ କେବଳ ପରିଦର୍ଶନ ରେ ଯାଇଥିଲୁ ବୋଲି କହି ଚାଲି ଯାଉଛନ୍ତି।ଏତେ ବଡ ଡାକ ପରିଦର୍ଶକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ କେସିଙ୍ଗା ରେ ଚାରିମାସ ହେଲା ଖାଲି ପଡ଼ିଛି କିନ୍ତୁ ଜିଲ୍ଲା ମୁଖିଆ ମାନେ ଧ୍ୟାନ ନ ଦେବା କେତେଦୂର ଯୁକ୍ତି ଯୁକ୍ତ ତାହା ଆଗାମୀ ଦିନରେ ଆକଳନ କରାଯିବ।ହେଲେ ଅଞ୍ଚଳବାସୀ ବ୍ରାଞ୍ଚ ପୋଷ୍ଟ ଅଫିସ ମାନଙ୍କରେ ରେ ନିଜ ଟଙ୍କା ନିବେଶ କରୁଥିବା ଟଙ୍କାର ସୁରକ୍ଷା ପାଇଁ ସରକାର ଦାଇତ୍ୱ ଦେଇଥିବା ଡାକ ପରିଦର୍ଶକ ଙ୍କ ନିଯୁକ୍ତି ଜିଲ୍ଲା କାର୍ଯ୍ୟାଳୟ ଶୀଘ୍ର କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।