କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : କେସିଙ୍ଗା ବ୍ଲକ ଲଇତରା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ସିଆରସିସି ତପନ କୁମାର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଡୁମେରମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ଦୋରା ଯୋଗଦେଇଥିଲେ । ସରକାରୀ ଉ:ପ୍ରା:ବି: ଲଇତରା ର ପ୍ରଧାନ ଶିକ୍ଷକ କୁଷଚନ୍ଦ୍ର ସାହୁ ସଭାପତିତ୍ବ କରିଥିଲେ। ସମ୍ମାନିତ ଅତିଥି ଭାବେ ସ:ଉ:ପ୍ରା:ବି: କୀକିଆ ର ବିଜ୍ଞାନ ଶିକ୍ଷକ ଅବନୀ ରଞ୍ଜନ ପଧାନ ଓ ସ:ଉ:ପ୍ରା:ବି: ସୌରପଦର୍ ର ବିଜ୍ଞାନ ଶିକ୍ଷକ ଆଦିରଥ ଦୁର୍ଗା ଯୋଗଦେଇ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଲଇତରା ଉଚ୍ଚ ବିଦ୍ୟା ମନ୍ଦିରର ବିଜ୍ଞାନ ଶିକ୍ଷକ ବିଶ୍ୱଜିତ୍ ପୋଢ଼ ଓ ପ୍ରଫୁଲ୍ଲ ବିଶି, ନିମାଇ ଚରଣ ଭୋଇ ମଧ୍ୟ ଯୋଗ ଦେଇ ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମ ସକାଳ ୧୧ ଟାରେ ଆରମ୍ଭ ହୋଇ ପ୍ରାୟ ଅପରାହ୍ନ ୪ ଟାରେ ସମାପ୍ତ ହୋଇଥିଲା। ସଭାପତି ସମସ୍ତଙ୍କୁ ସ୍ଵାଗତ ପରିଚୟ ପ୍ରଦାନ କରି ଥିଲେ । ଆ:ସା:କେ:ସ: ଶ୍ରୀ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସମସ୍ତ ଅତିଥି ବିଜ୍ଞାନ ର ଉପକାରିତା ଓ ଏହାକୁ କିପରି ଭଲ କାମରେ ଲଗେଇବା ତାହାକୁ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ର ସମସ୍ତ ୧୦ ଟି ବିଦ୍ୟାଳୟ ଅଂଶଗ୍ରହଣ କରିଥିବା ବେଳେ ପ୍ରାୟ ୧୬ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରାୟ ୨୦ ଜଣ ପ୍ରତିଯୋଗୀ ସହ ୧୫ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ଏହା ସହିତ ପ୍ରାୟ ୧୩୦ ଜଣ ଛାତ୍ର ଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ପ୍ରଦର୍ଶନୀ ରେ ଭାଗ ନେଇଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇ ଟ୍ରଫି ଓ ପ୍ରମାଣ ପତ୍ର ଦିଆଯାଇ ଆଗାମୀ ବ୍ଲକ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ ରେ ଭାଗ ନେବା ପାଇଁ ଶୁଭେଛା ପ୍ରଦାନ କରାଗଲା । ଦୁଇ ଜଣ ଅତିଥି ବିଜ୍ଞାନ ଶିକ୍ଷକ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଛ ଓ ଉପଢୋକନ ସହ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏଥିରେ ଶିକ୍ଷକ ମଳୟ ରାଉତ, ଆଲୋକ ଯୋଶୀ, ତାପସ ମହଲା, ଶିକ୍ଷୟତ୍ରୀ ଭାନୁମତୀ ଚୌହାନ, ବନ୍ଦନା ଦାଶ, ସୁଷମା ଦୋରା, ଅମିନା ଭୋଇ, ନଳିନୀ ନାଗ, ତପସ୍ୱିନୀ ବାଗ, ପ୍ରମିଳା ମାଝି, ଅହଲ୍ୟା ସିଆଲ୍ ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଡୁମେରମୁଣ୍ଡା ସ:ଉ:ପ୍ରା:ବି: ର ସହ ଶିକ୍ଷୟତ୍ରୀ ଲିସାରାଣୀ ଦାସ ସଂଯୋଜନା କରିଥିଲେ।
