ରକ୍ତଦାନ ସେବାରେ ସମର୍ପିତ ରକ୍ତଦାତା ଉମାକାନ୍ତ ସୁନାନୀ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସମାଜସେବା, ପରୋପକାର କଥା ଭାବିଲେ ମନରେ ସ୍ଵତଃ ମନରେ ଜାଗ୍ରତ ହୁଏ ଉତ୍କଳମଣି ଗାପବନ୍ଧୁଙ୍କ ବାଣୀ ‘ମାନବ ଜୀବନ ନୁହଁଇ କେବଳ ବର୍ଷ, ମାସ, ଦିନ, ଦଣ୍ଡ, କର୍ମେ ଯିଏ ନର କର୍ମ ଏକତାର ଜୀବନର ମାନଦଣ୍ଡ। ଏହି ଅନନ୍ୟ ଆଦର୍ଶରେ ଅନୁପ୍ରାଣିତ ଜଣେ ସମାଜସେବୀ, ରକ୍ତଦାତା ଉମାକାନ୍ତ ସୁନାନୀ ଅନ୍ୟତମ। ସେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍, କଳାହାଣ୍ଡି ‘, ପରିବାର ର ପ୍ରତିଷ୍ଠାତା ତଥା ଓଡ଼ିଶାର ବିଭିନ୍ନ ସଙ୍ଗଠନ ସହ ଜଡ଼ିତ। ତାଙ୍କ ଜୀବନର ବିଶେଷତ୍ଵ ହେଉଛି ସମାଜସେବା ସହ ରକ୍ତଦାନ, ତାଙ୍କ ଆହ୍ୱାନ ‘ରକ୍ତର ଅଭାବରୁ କାହାକୁ ମରିବାକୁ ଦେବି ନାହିଁ, ଯେପର୍ଯ୍ୟନ୍ତ ମୋ ଶରୀରରେ ରକ୍ତ ଅଛି। ସେଭଳି ଜୟପାଟଣା ବ୍ଲକ ଅନ୍ତର୍ଗତ ତାଲଗୁଡ ଗ୍ରାମର ପ୍ରେମଶିଲା ପ୍ରଧାନୀ ନାମକ ୧୫ ବର୍ଷର ଝିଅ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭବାନୀପାଟଣାରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ଦେହରେ ୨.୭ ପ୍ରତିଶତ ରକ୍ତଥିଲା। ଝିଅ ର ଏ’ ପଜିଟିଭ୍ ବର୍ଗର ରକ୍ତ ହେତୁ ପରିବାର ସମ୍ପର୍କୀୟ ଅନେକ ଲୋକଙ୍କୁ ଯୋଗାଯୋଗ କରିଥିବା ସତ୍ତ୍ବେ ମଧ୍ୟ ରକ୍ତ ଯୋଗାଡ଼ ହୋଇ ପାରିନଥିଲା। ଅତ୍ୟନ୍ତ ଦୁଃଖଦ ବିଷୟ ରକ୍ତ ଭଣ୍ଡାର ରେ ମଧ୍ୟ ଏ’ ପଜିଟିଭ୍ ବର୍ଗର ରକ୍ତ ଶୂନ୍ୟ। ଦେହରେ ରକ୍ତର ପରିମାଣ କମ୍ ଥିବା ଯୋଗୁଁ ଝିଅ ଜୀବନ ମରଣ ସହିତ ସଂଘର୍ଷ କରୁଥିଲେ। ଏହି ପରି ଦୁଃଖଦ ବିଡ଼ମ୍ବନାର ସମୟରେ ସୋସିଆଲ ୱେଲଫେୟର ଅର୍ଗାନାଇଯେସନ୍, କଳାହାଣ୍ଡି ପରିବାର ର ମହିଳା ସଭାନେତ୍ରୀ ଶାନ୍ତି ମାଝୀ ଓ ଉପ- ସଭାପତି ଭୋଲା ଶଙ୍କର ପାତ୍ର ଫୋନ୍ ମାଧ୍ୟମରେ ଅନୁଷ୍ଠାନ ର ପ୍ରତିଷ୍ଠାତା ଉମାକାନ୍ତ ସୁନାନୀଙ୍କୁ ଜଣାଇବାରୁ ଗୁରୁତର ସହ ନେଇ ନିଜ କାର୍ଯ୍ୟ ବ୍ୟସ୍ତତା ସତ୍ତ୍ୱେ ମଧ୍ୟ ନିଜ ବନ୍ଧୁ ରିଙ୍କୁ ମଙ୍ଗରାଜଙ୍କ ସହିତ ରକ୍ତଦେବା ପାଇଁ ସୁଦୂର ୪୫ କି.ମି ଦୂର ଭବାନୀପାଟଣା ରକ୍ତ ଭଣ୍ଡାର ପହଞ୍ଚି ୪୨ ନମ୍ବର ଥର ନିଜର ବହୁମୂଲ୍ୟ ରକ୍ତଦାନ କରି ପନ୍ଦର ବର୍ଷର ନାବାଳିକା ଝିଅ କୁ ପୁଣିଥରେ ବଞ୍ଚିବାର ନୂଆଁ ଆଶା କିରଣ ଦେଇଛନ୍ତି। ତାଙ୍କର ରକ୍ତଦେବା ସମୟରେ ଶାନ୍ତି ମାଝୀ, ଭୋଲା ଶଙ୍କର ପାତ୍ର, ରିଙ୍କୁ ମଙ୍ଗରାଜ ସମେତ ରକ୍ତ ଭଣ୍ଡାରର କର୍ମଚାରୀ ଉତ୍ସାହିତ କରିଥିଲେ ।