ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମରେ ଗତ ୨୦ ତାରିଖରୁ ଆରମ୍ଭ ହେଇଥିବା ମଳୟ ଓ ଅସିତ୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିବା ବେଳେ ତୁଷୁରା ଏବଂ ଡିକେ ଚାଲେଜ୍ ମଧ୍ୟରେ ଫାଇନାଲ ଖେଲ ଅନୁଷ୍ଠିତ ହୋଇଥିଲା। ଫାଇନାଳରେ ତୁଷୁରା ଟସ୍ ଜିଣି ପ୍ରଥମେ ବୋଲିଂ ର ନିଷ୍ପତ୍ତି ନେଇଥିଲେ। ୭ ଓଭର ବିଶିଷ୍ଟ ଖେଳରେ ତୁଷୁରା ସମ୍ମୁଖରେ ୭୪ ରନ୍ସଂଗ୍ରହ କରି ୬ ୱକେଟ ହରାଇଥିଲେ, ୭୫ ରନ୍ ଳକ୍ଷ୍ୟ ଦେଇଥିଲେ ତୁଷୁରାକୁ। ତେବେ ୬୯ ରନ ସଂଗ୍ରହ କରି ୮ ୱେକେଟ ବିନିୟମରେ ମ୍ୟାଚରେ ରନସ୍ ଅପ୍ ହୋଇଥିଲେ ତୁଷୁରା ଓ ଡିକେ ଚାଲେଞ୍ଜର ବିଜୟ ହୋଇଥିଲା। ଫାଇନାଲ ଖେଲର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଫାଇନାଲରେ ସରପଞ୍ଚ କୁଞ୍ଜ ବିହାରି ସାହୁ, ସମ୍ମାନିତ ଅତିଥି ବେନୁଧର ମନହିରା, ସେହାଶିଷ ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ମ୍ୟାଚ୍ କୁ ସ୍ଵାଧୀନ ମନହିରା ଓ ସୂର୍ଯ୍ୟ ମନହିରା ପରିଚାଳନା କରିଥିଲେ। ମିହିର ମନହିରା ଏହି ପ୍ରତି ଯୋଗିତାରେ ସଭା ପତିତ୍ଵ କରିଥିଲେ, ସଂପାଦକ କମଳ କିଶୋର ଧରୁଆ, ଅମନ ମେହେର ପ୍ରମୁଖ ସହଯୋଗ କରିଥିଲେ। ଧାରା ବିବରଣୀ ସୁଶାନ୍ତ କୁମାର ଗହିର ପ୍ରଦାନ କରିଥିବା ବେଳେ କାହ୍ନା ବଗର୍ତ୍ତି ଧନବାଦ ଅର୍ପଣ କରିଥିଲେ। ନୂଆପଡ଼ା କ୍ରିକେଟ କ୍ଲବ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ
