ସୁରକ୍ଷା ବାଡ ଭାଙ୍ଗି ଚୁର ମାର ହୋଇ ଗଲାଣି
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ଆଉ ଦିନ କେତେଟା ପରେ ଆରମ୍ଭ ହେବ ଧାନ ମଣ୍ଡି, ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନ ୭ ରେ ଥିବା ଆରଏମସି ରେ ମଧ୍ୟ ଧାନ କିଣା ବିକା ଆରମ୍ଭ ହେବ। ଚାଷୀ ଧାନ ଆଣି ଆରଏମସି ପରିସରରେ ମିଲର୍ସ ଧାନ ନ ଉଠାଇଲା ପର୍ଯ୍ୟନ୍ତ ଧାନ ପଡ଼ି ରହିବ।କେସିଙ୍ଗା ଆରଏମସି ରେ କାହିଁ କେତେ ବର୍ଷରୁ ସରକାର ଧାନ କିଣିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା କରିଛନ୍ତି, ବଡ଼ ବଡ଼ ସେଡ ନିର୍ମାଣ ସହିତ ସମସ୍ତ ବ୍ୟବସ୍ଥା କରାଯାଇଛି।ହେଲେ ଆରଏମସି କୁ ସୁରକ୍ଷା ଦେଉଥିବା ସୁରକ୍ଷା ବାଡ ସ୍ଥାନେ ସ୍ଥାନେ ଭାଙ୍ଗି ଯାଇଛି। ବର୍ଷା ଖରାରେ ଭାଙ୍ଗି ଯାଇଛି ନା ଚୋର ମାନେ ଧାନ ଚୋରି କରିବା ପାଇଁ ଭାଙ୍ଗି ଦେଇଛନ୍ତି ତାହା କାହାକୁ ଜଣା ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ବିନା ସୁରକ୍ଷା ବାଡ ବିନା ଚାଷୀର ଧାନ ସୁରକ୍ଷିତ ରହିବ ତ? ଯଦି ଏହାର ଉତ୍ତର ନାହିଁ ତାହା ହେଲେ ଆରଏମସି ର ସୁରକ୍ଷା ବାଡ କୁ କାହିଁକି ମରାମତି କରାଯାଉନାହିଁ। ଏହି ଭଙ୍ଗା ସୁରକ୍ଷା ବାଡ କୁ ମଣ୍ଡି ଆରମ୍ଭ ହେବା ପୂର୍ବରୁ ଯଥା ଶୀଘ୍ର ମରାମତି କରିବା ପାଇଁ କେସିଙ୍ଗା ର ସଚେତନ ନାଗରିକ ପ୍ରଣବ ଭୋକ୍ତା ଟୁଇଟର ମାଧ୍ୟମରେ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମେତ ଆରଏମସି ର ଦାତ୍ୱରେ ଥିବା ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୁ ଲିଖିତ ଅଭିଯୋଗ କରିଛନ୍ତି, ଦେଖିବାକୁ ବାକି ରହିଲା କେବେ ଆରଏମସି ର ସୁରକ୍ଷା ବାଡ ମରାମତି ହେବ।
