ମ, ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ ନୁନପୁର ଗ୍ରାମ ପଞ୍ଚାୟତର ପାହାଡ଼ ପର୍ବତ ଘେରା ଗାଁ ବକବେଡା ଗ୍ରାମରେ ଚାଲିଥିବା ବସୁଧା ପ୍ରକଳ୍ପ ଆଜି ଯାଏ ତାର କାମ ସାରି ନାହିଁ। ସରକାରଙ୍କ ଜନକଲ୍ୟାଣ ଯୋଜନା ବସୁଧା ଯୋଜନା ଲୋକଙ୍କୁ କାମରେ କେବେ ଆସିବ ଲୋକେ ନେତା ମନ୍ତ୍ରୀ ପ୍ରଶାସନ ପାଖରେ ଜଣାଇଲେ କେହି ଶୁଣୁନାହାନ୍ତି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଶାସନରେ ଚାଲିଛି ବସୁଧା ପ୍ରକଳ୍ପ ଘରକୁ ଘର ଲାଗିବାକୁ ଥିବା ଟାଙ୍କି କାମ ସରି ଗୋଟିଏ ବର୍ଷ ଉର୍ଦ୍ଧ୍ବ ବିତିଗଲା ହେଲେ ପାଇପ ଲାଇନ କାମ ଅଜି ଯାଏ ଆରମ୍ଭ ହୋଇନାହିଁ। ସରକାରଙ୍କ ନିତି ନିୟମରେ କାମ କରୁନାହିଁ ଠିକା ସଂସ୍ଥ, ଏନେଇ ବହୁବାର ବିଭାଗୀୟ ଯନ୍ତ୍ରୀ, ନେତା ମନ୍ତ୍ରୀ ମାନଙ୍କୁ ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବ ସରକାର ବିଶୁଦ୍ଧ ପାନୀୟ ଜଳ ଘରେ ଘରେ ପହଞ୍ଚିବା ପାଇଁ କୋଟି କୋଟି ଟଙ୍କା ଉପାନ୍ତ ଅଞ୍ଚଳରେ ବ୍ୟୟ କରିଥିବାବେଳେ ଆଜି ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଠିକା ସଂସ୍ଥା ମନମୁଖୀ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ବସୁଧା ଜଳ ପ୍ରକଳ୍ପ କାମ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଗାଁ ଲୋକେ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତିି।
