ଜୟପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପତିଗୁଡ଼ାଗାଁର ଏକ ନବବିବାହିତା ବୋହୂ ନିଜର ଶାଶୂ ଓ ଦେଢ଼ଶାଶୂର ନିର୍ଯ୍ୟାତନା ସହି ନପାରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ଗାଁ ର ରୁବୀଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରୁବି ଗାଁର ସତ୍ୟବାଦୀ ବିଶୀଙ୍କୁ ଗତ ୮ ମାସ ତଳେ ବିବାହ କରିଥିଲେ। କିନ୍ତୁ କୌଣସି କାରଣରୁ ନିଜର ଶାଶୁ ଓ ଦେଢ଼ଶାଶୁ ତାଙ୍କୁ ତାଡନା ଦେଇଆସୁଥିଲେ। ଶେଷରେ ସହି ନପାରି ଆତ୍ମହତ୍ୟା ଭଳି ଚରମ ପନ୍ଥା ଅପଣେଇଛନ୍ତି ରୁବି। ଯାହାକୁ ନେଇ ରୁବିର ବାପା ଘର ଲୋକେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ ତାଙ୍କ ଝିଅକୁ ନିର୍ଯ୍ୟାତନା ହୋଇଥିବା ସେମାନେ କହିଛନ୍ତି। ବର୍ତ୍ତମାନ ପୋଲିସ ଶବ ଜବତ କରି ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ଶବଗୃହ ରେ ରଖିଛି ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ।
