ମ,ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ତରଫରୁ ବ୍ଲକ୍ ସଭା ଗୃହରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି। ବିଡିଓ ଶରତ କୁମାର ସେଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ସୁମନ୍ତ ମାଝୀ, ସମ୍ମାନୀତ ବକ୍ତା ଅଧ୍ୟାପକ ରଜନୀକାନ୍ତ ଗୋଚ୍ଛାୟତ, ସମ୍ମାନୀତ ଅତିଥି ଏଇ ବଳ ବିନ୍ଦର ସିଂ ଯାଦବ, ଏବିଡିଓ ଲକ୍ଷ୍ମଣ ପଧାନ ଉପସ୍ଥିତ ରହି ସମ୍ବିଧାନ ଦିବସ ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରା ଯାଇଥିଲା। ସାମ୍ବାଦିକ ହେମନ୍ତ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏହି ଅବସରରେ ସମ୍ବିଧାନଙ୍କୁ ସମ୍ମାନ ଦେବାକୁ ଏକ ଶପଥ ପାଠ କରାଯାଇଥିଲା। ପଞ୍ଚାୟତି ରାଜ ସଦସ୍ୟ ଙ୍କ ତରଫରୁ ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ ବକ୍ତବ୍ୟ ରଖିଥିଲେ। ସୁଧୀର କୁମାର ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିପି ଡିଓ କୁଳମଣି ସିଂହ ରାୟ, ଡବଲ୍ୟୁଇଓ ଶ୍ୟାମ ସୁନ୍ଦର ନାଏକ, ପିରାମଲ୍ ଫାଉଣ୍ଡେସନର କର୍ମୀ ସୁଶ୍ରୀ ଉପାସନା ରାୟ ଓ ବ୍ଲକ୍ କର୍ମଚାରୀ ମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସୁଭଦ୍ରା ଶକ୍ତି ର ମାଆ ମାନେ, ପଞ୍ଚାୟତି ରାଜ ସଦସ୍ୟ, ବୁଦ୍ଧିଜୀବୀ, ବ୍ଲକ୍ ଅଫିସ୍ ର ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ଥିଲେ।
