କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଦାଲତ ପରିସରରେ ଆଜି ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। କେସିଙ୍ଗା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତଥା ଅଧ୍ୟକ୍ଷା ତାଲୁକ ଆଇନ ସେବା ସମିତି ଦୀପ୍ତା ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରତର ସମ୍ବିଧାନ ଉପରେ ଆଲୋଚନା କରାଯିବା ସହିତ ସମ୍ବିଧାନ ପ୍ରସ୍ଥାବନା କୁ ପାଠ କରାଯାଇଥିଲା। ଏଥିରେ ଓକିଲ ସଂଘ ସଭାପତି ଚିତ୍ତରଞ୍ଜନ ଭୋଇ , ବରିଷ୍ଠ ଆଇନଜୀବି ବୈକୁଣ୍ଠ ମହଲା, ରଞ୍ଜିତ କୁମାର ଷଡଙ୍ଗୀଙ୍କ ସମେତ ଅନେକ ଆଇନଜୀବି, ପାରାଲିଗାଲ ସ୍ୱେଚ୍ଛାସେବୀ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
