ସୋରିପଡା ଠାରେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳନ

କୋକସରା/କ୍ରାନ୍ତିକ୍ଷେତ୍ର : ଶିକ୍ଷାର ଦେବୀ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୫ ତମ ଜୟନ୍ତୀ କୋକସରା ବ୍ଲକ କୁଲେରଗୁଡା ସୋରିପଡା ଠାରେ ମହାସମାରୋହରେ ପାଳିତ ହୋଇଛି। ମାତା ସାବିତ୍ରୀ ବାଇ ଫୁଲେ ସଂଗଠନ, ମୂଳନୀବାସୀ ବହୁଜନ ମିଳିତ ମହାସଂଘ, ମହିଳା ଶାଖା ଓ କମ୍ୟୁନିଟି ସପୋର୍ଟ ଷ୍ଟାଫ କୋକସରା ବ୍ଲକ ତରଫରୁ ମହିଳା ନେତ୍ରୀ ରମଣୀ ଦୁରିଆଙ୍କ ନେତୃତ୍ୱରେ ପରିଚାଳିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ପ୍ରିନ୍ସପାଲ ଛବିଲାଲ ସାହୁ, ଡା ବିବେକାନନ୍ଦ ମହାନନ୍ଦ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସଭ୍ୟାରାଣୀ ବାଗ, ମହିଳା ମୋର୍ଚ୍ଚା ଜାତୀୟ ସଭାନେତ୍ରୀ କମଳିନୀ ଯାଦବ, ସ୍ଥାନୀୟ ସରପଞ୍ଚ ଜୟଲାଲ ନାଗ, ସମିତି ସଭ୍ୟ ରାଜୀବ ଖମାରୀ, ବାମସେଫର କର୍ମକର୍ତ୍ତା ଡମ୍ବରୁଧର ମାଝୀ, ଶଶୀଭୁଷଣ ମଙ୍ଗରାଜ, ଲବ କରୁଆଁ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମୂଳନୀବାସୀ ମହିଳା ସଂଗଠନର ଏସ. ସୁଜାତା, ସ୍ନେହଲତା ଦୁର୍ଗା, ବୀଣାପାଣି ଦୁର୍ଗା, ଇନ୍ଦୁରେଖା ବାଗ, ପ୍ରେମିଶିଲା ପାଣିଗ୍ରାହୀ, ଜଳେନ୍ଦ୍ରି ଖମାରୀ, ରୁନି ନାଗ, ସରସ୍ବତୀ ସୋରି, ଯଶୋଦା ରାଉତ, ନିର ନାଏକ, ବନିତା ନାଏକ, ରିଙ୍କି ଆଚରି, ରୀନା ମାଝୀ, ହୀରାମଣି ଛତ୍ରିଆ, ଲକ୍ଷ୍ମୀପ୍ରିୟା ଦାସ, ସରିତା ଗୋପାଳ, ଜୁଲି ସେଠିଆ, ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ। ଆଲୋଚକ ମାନେ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜୀବନ ସଂଘର୍ଷ ବିଷୟରେ ଅବଗତ କରିଥିଲେ। ଅନ୍ୟ ମାନଙ୍କ ମଧରେ କୋକସରା କଲେଜ ପୂର୍ବତନ ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ରଘୁନାଥ ଖମାରୀ, ଲାଲୁ ମେହେର, ହେଜମନ ନିଆଲ, ନିଆଲ, ଅଭିମନ୍ୟୁ ବାଗ,ଭୁଜବଲ ସୋରି, ପ୍ରଧାନୀ ବାଗ, କେଶବ ମାଝୀ, ରମେଶ ମେହେର, ଦିଗାମ୍ବର ଦୁରିଆ, କିଶୋର ପଟେଲ ସମେ ଶତାଧିକ ଲୋକ ଯୋଗଦେଇଥିଲେ।