ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଇନ୍ଦ୍ରାବତୀ ପ୍ରକଳ୍ପ ତିନି ଗୋଟି ବନ୍ଧ ଅଞ୍ଚଳକୁ ରାଜ୍ୟ କ୍ୟାବିନେଟର ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗସ୍ତ କରି ଇକୋ ଟୁରିଯିମ୍ ପାଇଁ ଯାଇଥିବା ଡି ପି ଆର୍ ଖୁବ୍ ଶୀଘ୍ର ଅନୁମୋଦନ ହୋଇ ପ୍ରକଳ୍ପ ଆରମ୍ଭ ହେବ ବୋଲି କହିଛନ୍ତି। ଇନ୍ଦ୍ରାବତୀ ହେଉଛି ନବରଙ୍ଗପୁର ପାଇଁ ଭଗବାନଙ୍କ ଆଶୀର୍ବାଦ। ଏଠାରେ ବହୁ ସମ୍ଭାବନା ରହିଛି। ନବରଙ୍ଗପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇନ୍ଦ୍ରାବତୀ ଅଞ୍ଚଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଯଦ୍ୱାରା ପର୍ଯ୍ୟଟନ ଶିଳ୍ପକୁ ନେଇ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଜୀବିକା ପାଇଁ ମାର୍ଗ ମିଳି ପାରିବ। ମୁଖ୍ୟମନ୍ତ୍ରୀଙ୍କ ଫୋକୋସ୍ ରେ ଏହି ଜିଲ୍ଲା ରହିଛି,ଜଳ ସେଚନ ପାଇଁ ନବରଙ୍ଗପୁରରେ ପ୍ରକଳ୍ପ ହାତକୁ ନିଆଯିବ। ଏହି ସରକାର ଲୋକଙ୍କ ସରକାର, ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ରକ୍ଷା କରିବାରେ ବଦ୍ଧ ପରିକର। ନବରଙ୍ଗପୁରରେ ଜଳସେଚନରେ ପଛୁଆ ରହିଛି କିନ୍ତୁ ଜଳସେଚନ ସୁବିଧା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ। ଏହି ଗସ୍ତ ସମୟରେ କପୁର ପାଖରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ବନ୍ଦ ଥିବା ଦେଖି ବିଗିଡି ଥିଲେ ଏବଂ ଜିଲ୍ଲାପାଳଙ୍କୁ ତ୍ୱରିତ କାର୍ଯ୍ୟନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଡ଼ଗଡ ଠାରେ ଇନ୍ଦ୍ରାବତୀ ଡେମ ସର୍କଲ ଅଧୀନରେ ହୋଇଥିବା ଡ୍ରେନ ଓ ଗାର୍ଡ ୱାଲ୍ ଆଦି ଭୁଷୁଡି ପଡ଼ିଥିବା ଦେଖି ଚିନ୍ତା ପ୍ରକଟ କରିବା ସହ ଗୁଣବତ୍ତା ଯାଞ୍ଚ ପାଇଁ ଏକ ଟାସ୍କ ଫୋର୍ସ ଗଠନ କରି ପ୍ରକଳ୍ପ ଦ୍ଵାରା କରାଯାଇଥିବା ସମସ୍ତ କାର୍ଯ୍ୟକୁ ତଦନ୍ତ କରିବା ପାଇଁ ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପରେ ହେଉଥିବା ନିର୍ମାଣ କାର୍ଯ୍ୟ ଗୁଣବତ୍ତା ବିହୀନ ହେଉଥିବାରୁ ଦୃଷ୍ଟି ଦେବାକୁ ଜିଲ୍ଲାପାଳଙ୍କୁ କହିଥିଲେ । ଇନ୍ଦ୍ରାବତୀ ବଣିକ ସଂଘ ସଭାପତି ଏସ ମୃତ୍ୟୁଞ୍ଜୟ ପାତ୍ର,ସମ୍ପାଦକ ହରିବନ୍ଧୁ ପରିଡ଼ା, ଶିବ ଶଙ୍କର ସାହୁ ସମେତ ଶତାଧିକ ବ୍ୟବସାୟୀ ଓଇନ୍ଦ୍ରାବତୀ ନାଗରିକ ଇନ୍ଦ୍ରାବତୀ ଠାରୁ ବିଶାଖାପାଟଣାକୁ ସରକାରୀ ବସ୍ ଚଳାଚଳ କରିବାକୁ ନିବେଦନ ପୂର୍ବକ ଦାବୀ ପତ୍ର ପ୍ରଦାନ କରିଥିଲେ। ଗସ୍ତ ସମୟରେ ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲା ବିଜେପି ସଭାପତି କୁଞ୍ଜ ଦାସ, ସାଧାରଣ ସମ୍ପାଦକ ଅଚ୍ୟୁତାନନ୍ଦ ବିଶୋଇ, ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଉପଜିଲ୍ଲାପାଳ ପ୍ରକାଶ ମିଶ୍ର ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ, ପ୍ରକଳ୍ପ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜକାନ୍ତ ଦାସ, ନିର୍ବାହୀ ଯନ୍ତ୍ରୀ ନେଲସନ ବ୍ଲକ ର ସମସ୍ତ ଯନ୍ତ୍ରୀ, ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ,ବିଜେପି ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଅଭିମନ୍ୟୁ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।