ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଗ୍ରାମର ଯମୁନା ଦଳେଇଙ୍କ(୭୨) ଘର ର କାନ୍ଥ ଭୁସୁଡି ପଡିଛି। ଭାଗ୍ୟ ଭଲ ଭୁସୁଡ଼ିବା ବେଳେ ଘର ର କେହି ସଦସ୍ୟ ନିକଟରେ ଉପସ୍ଥିତ ନ ଥିଲେ। ନବରଙ୍ଗପୁର ଜିଲ୍ଲା ଲଗାତାର କିଛିଦିନ ହବ ଝଡ଼ି ବର୍ଷା ହୋଉଥିବାରୁ ଯମୁନାଙ୍କ ରୋଷେଇ ଘୋର ଭାଙ୍ଗିଥିବା ଅନୁମାନ କୋରାଯାଇଛି। ସରକାର ଆନ୍ତୋଦୟ, ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ପୂର୍ବ ସରକାର ବିଜୁପକ୍କା ଘର ଆଦି ଯୋଜନାରେ ଘର ତିଆରି ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ଯୋମୁନା ଦଳେଇଙ୍କ କୌଣସି ଯୋଜନା ପାଇଁ ବୋଧହୁଏ ଯୋଗ୍ୟ ହୋଇ ପାରି ନାହାଁନ୍ତି। କାନ୍ଥ ଭୁଷୁଡି ବା ପରେ ବୋଧହୁଏ ଅନ୍ତୋଦୟ ଯୋଜନାରେ ଘର ମିଳି ପାରିବ ବୋଲି ଅନୁମାନ ହୋଉଅଛି। ସରକାରୀ ଅଧିକାରୀ ଏହି ପରିବାର ପ୍ରତି ଦୃଷ୍ଟି ଦେବେ ବୋଲି ସାଧାରଣରେ ଦାବୀ ହେଉଛି।