ଭବାନୀପାଟଣାରେ ଇଭି ଗାଡି ମରାମତି ଓ ସ୍ପେୟାର ସେଣ୍ଟର ଉଦଘାଟିତ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ସଦର ମହକୁମା ସାପ୍ତାହିକ ବଜାର ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଛକରେ ନୂତନ ଭାବେ ବ୍ୟାଟେରୀ ଗାଡି ମରାମତି ଏବଂ ବ୍ୟାଟେରୀ ଗାଡିର ସ୍ପେୟାର ପାର୍ଟସ ସେଣ୍ଟରର ଉଦଘାଟନ ହେଇଛି।  ବିଧାୟକ ଧର୍ମଗଡ଼ ସୁଧୀର  ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ସଦର ବିଧାୟକ ଅନାମ ନାଏକ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ମହେଶ ହୋଣ୍ଡା ମୁଖ୍ୟ ମୁକେଶ ଅଗ୍ରୱାଲ, ଲୋକନାଥ ମହାକୁଡ଼, ଇଭି ଫିକ୍ସ ପ୍ରତିଷ୍ଠାତା  ଶକ୍ତି ସ୍ୱରୂପ ଦାସ, ଇଭି ଫିକ୍ସ ବିଜିନେସ ଡେଭଳପମେଣ୍ଟ ମେନେଜର ରାଜକିଶୋର ବେହେରା ଓ ଅନ୍ୟାନ୍ୟ ଆମନ୍ତ୍ରିତ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲ୍ଲାରେ ଇଭି ଗାଡିର ଚାହିଦାକୁ ଦୃଷ୍ଟିରେ ରଖି ତଥା କଳାହାଣ୍ଡି ଜିଲ୍ଳାରେ ପ୍ରଥମ କରି ବ୍ୟାଟେରୀ ଗାଡି ମରାମତି ଓ ବ୍ୟାଟେରୀ ଗାଡିର ସ୍ପେୟାର ପାର୍ଟସ ମିଳିବ ବୋଲି ଦୋକାନ ମାଲିକ ଶିବାଜୀ ପ୍ରଧାନ ଖୁସି ବ୍ୟକ୍ତ କରିବା ସହ ଜିଲ୍ଲାବାସୀ ଉପକୃତ ହେବା ସହ ପଡୋଶୀ ଜିଲ୍ଲା ନୂଆପଡା, ବଲାଙ୍ଗୀର, ରାୟଗଡା ଲୋକମାନେ ମଧ୍ୟ ଏହି ସୁବିଧା ପାଇପାରିବେ ବୋଲିକହିଛନ୍ତି।