ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କଲେ ବିଚାରପତି

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : ତାଲୁକ ଆଇନ ସେବା ସମିତି କେସିଙ୍ଗା ତରଫରୁ ” ବନ ମହୋତ୍ସବ ସପ୍ତାହ” ଆରମ୍ଭ ଅବସରରେ କେସିଙ୍ଗା ବ୍ଲକ ଦେଓଗାଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଜେଏମଏଫସି ଅଦାଲତର ବିଚାରପତି ଦୀପ୍ତା ସେଠୀ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରି ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ ମହୋତ୍ସବ ସପ୍ତାହ ପାଳନ ଶୁଭାରମ୍ଭ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମୁଖ କାର୍ଯ୍ୟାଳୟ ଆଇନ ପରାମର୍ଶ ଦାତା ସୁକାନ୍ତ କୁମାର ପଧାନ, କେସିଙ୍ଗା ବନାଞ୍ଚଳ ଅଧିକାରୀ ସ୍ନିଗ୍ଧାସରିତା ବଳିଆରସିଂ, କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ସା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣଲତା ଉପାଧ୍ୟାୟ ଙ୍କ ସମେତ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ, ବନାଞ୍ଚଳ କର୍ମଚାରୀ ବୃନ୍ଦ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଏଠାରେ ପ୍ରକାଶ ଥାଉକି ଏହି ବନ ମହୋତ୍ସବ ସପ୍ତାହ କେସିଙ୍ଗା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।