ସେବା ପକ୍ଷ ସପ୍ତାହ ପାଳନ ପାଇଁ କେସିଙ୍ଗା ବିଜେପି ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ ( ମଧୁସୂଦନ ଠାକୁର) : ସେପ୍ଟେମ୍ବର ୧୭ ତାରିଖ ଭାରତର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମ ଦିନ ଅବସରରେ ସାରା ଭାରତ ବର୍ଷ ରେ ବିଜେପି ପକ୍ଷରୁ ସେବା ପକ୍ଷ ସପ୍ତାହ ଆୟୋଜନ କରାଯାଇଛି। ଏହି ପକ୍ଷ ପାଳନ ପାଇଁ କେସିଙ୍ଗା ବିଜେପି ମଧ୍ୟ ଅଣ୍ଟା ଭିଡିଲାଣି ଆରମ୍ଭ ହେଲାଣି ପ୍ରସ୍ତୁତି ବୈଠକ ଓ ତିଆରି ହେଲାଣି କାର୍ଯ୍ୟ ଖସଡ଼ା।ସେବା ପକ୍ଷ ସପ୍ତାହ କେସିଙ୍ଗା ପ୍ରଭାରୀ ପୂର୍ବତନ ବିଧାୟକ ଅନାମ ନାଏକ ଙ୍କ ନେତୃତ୍ୱରେ କେସିଙ୍ଗା ବିଜେପି କାର୍ଯ୍ୟାଳୟ ରେ ଏ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ କର୍ମକର୍ତ୍ତା ଙ୍କୁ ଦାଇତ୍ୱ ବଣ୍ଟନ କରାଯାଇଛି।ବୈଠକର ନିଷ୍ପତି ଅନୁଯାୟୀ ୧୭ ତାରିଖ ଦିନ ସ୍ଥାନୀୟ ତେରାପନ୍ଥ ଭବନରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ ଶିବିରର ଦାଇତ୍ୱ ଆନନ୍ଦ ସାଗର ଜୈନ ଓ କମଳାକାନ୍ତ ସାହୁ ଙ୍କୁ ଦିଆଯାଇଥିବା ବେଳେ ୨୦ ତାରିଖ ଦିନ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ କେସିଙ୍ଗା ୱାର୍ଡ ନ ୩ ରୁ ୱାର୍ଡ ନ ୪ ପର୍ଯ୍ୟନ୍ତ ରାସ୍ତା ସଫେଇ କାର୍ଯ୍ୟକ୍ରମ ସ୍ତିର କରାଯାଇଛି ସେହିପରି ୨୫ ତାରିଖ ଦିନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନୀ ଅବସରରେ କେସିଙ୍ଗା ମେଡିକାଲ ରେ ଉପସ୍ଥିତ ଥିବା ରୋଗୀ ମାନଙ୍କୁ ଫଳବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି। ତାପରେ ୨୭ ତାରିଖ ଦିନ ସ୍ଥାନୀୟ ଗୋଶାଳା ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି।ସେହିପରି ସେବା ପକ୍ଷର ଶେଷଦିନ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଜୟନ୍ତୀ ଉପଲକ୍ଷେ ସହରର ରେ ଥିବା ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସେବା ପକ୍ଷ କମିଟିର ମୁଖ୍ୟ ଅନାମ ନାଏକ ପ୍ରକାଶ କରିଛନ୍ତି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଟାଉନ ସଭାପତି ପିଙ୍କୁ ପରିଡ଼ା, ସମ୍ପାଦକ ଯୁଗଳ କିଶୋର ଦୀପ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ, ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଟାଉନ ଉପ ସଭାପତି ପ୍ରିତେଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସଭାପତି କେସିଙ୍ଗା ବିଜେପି ନଗର କମିଟିର ସମସ୍ତ ସଦସ୍ୟ, କାର୍ଯ୍ୟକର୍ତ୍ତା, ସମସ୍ତ ବୁଥ/ ୱାର୍ଡ ସଭାପତି ତଥା ସମସ୍ତ ଅଞ୍ଚଳ ବାସୀ ଙ୍କୁ ସେବା ସପ୍ତାହ ପକ୍ଷ କାର୍ଯ୍ୟକ୍ରମ ରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ପାଇଁ ଅନୁରୋଧ କରିଛନ୍ତି।