ବିନା ନମ୍ବର ପ୍ଲେଟରେ ଚାଲିଛି ଜୁନାଗଡ଼ ଏନ୍ଏସିର ସଫେଇ ଗାଡ଼ି

ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ ପାଇଁ ବ୍ୟବହାର ହେଉଥିବା ଚାରିଗୋଟି ଗାଡ଼ି ବିନା ନମ୍ବର ପ୍ଲେଟରେ ଚାଲିଛି। ବର୍ଷେ ରୁ ଅଧିକ ହୋଇଯିବ ନିତିଦିନ ଏହି ଚାରିଟି ଗାଡ଼ି ଏନ୍ଏସି ସଫେଇ କାର୍ଯ୍ୟରେ ବ୍ୟବହୃତ ହୋଇ ଆସୁଅଛି। ସରକାରଙ୍କ ନିୟମ ଅନୁଯାୟୀ ବିନା ରେଜିଷ୍ଟ୍ରେସନରେ ସୋରୁମ୍ ରୁ କୌଣସି ଗାଡ଼ି ବାହାରିବା ନିୟମ ନ ଥିବା ବେଳେ ଗୋଟିଏ ସରକାରୀ ଅଫିସରେ ବର୍ଷେ ରୁ ଅଧିକ ହୋଇଯିବ ବିନା ନମ୍ବର ପ୍ଲେଟର ଚାରିଟି ଗାଡ଼ି ଚାଲିଛି। ହେଲେ, ଜୁନାଗଡ଼ ପୋଲିସ ଓ କଳାହାଣ୍ଡି ଆର୍ ଟିଓ ର ନଜର ପଡୁନି। ପୋଲିସ ଓ ଆର୍ ଟିଓ ସାଧାରଣ ନାଗରିକଙ୍କ ଟିକେ ଭୁଲ୍ ଧରିଲେ ସେମାନଙ୍କ ଠୁ ମୋଟା ଅଙ୍କର ଫାଇନ ଆଦାୟ କରୁଛନ୍ତି। କିନ୍ତୁ ସରକାରୀ ଅଫିସରେ ବ୍ୟବହାର ହେଉଥିବା ଗାଡ଼ିକୁ ନଜର ପଡୁନାହିଁ। ଏ ସଂକ୍ରାନ୍ତରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖୀଲୋଙ୍କୁ ପଚାରିବାରୁ ସେ ବହୁତ ଶୀଘ୍ର ନମ୍ବର ପ୍ଲେଟ ଲଗେଇବା ପାଇଁ ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଥିଲେ।