ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତିର ସପ୍ତମ ସାଧାରଣ ବୈଠକ

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବୁଧବାର ସପ୍ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ମନୋଜ ପାଣିଗ୍ରାହୀ ସର୍ବ ପ୍ରଥମେ ଶ୍ରୀ ଜଗନ୍ନାଥ ଓ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରେରେ ପ୍ରଦୀପ ପ୍ରଜ୍ଵଳନ ସହ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ। ଏହି ବୈଠକରେ ବ୍ଳକ ଅଧକ୍ଷା ନିଳେନ୍ଦ୍ରି ନାୟକ, ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ଏମ ପି ପ୍ରତିନିଧି ସନ୍ତୋଷ ପାତ୍ର,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ଜୋନ ୧ ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଷୋୟୀ, ଜୋନ୨ ସଭ୍ୟ ରତିକାନ୍ତ ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ କହଁର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ବିଭିନ୍ନ ବିଭାଗର ଆଲୋଚନା ପୂର୍ବରୁ ପଞ୍ଚାୟତ ଅଧିକାରୀ ରାଧାକାନ୍ତ ରଣା ପୂର୍ବ ବୈଠକର ବିବରଣୀ ପ୍ରଦାନ କରିଥିଲେ। ସମସ୍ତ ପଂଚାୟତର ଉପସ୍ଥିତ ସରପଞ୍ଚ ଓ ସମିତିସଭ୍ୟ ମାନେ କାହିଁକି ପ୍ରତି ଦୁଇ ମାସରେ ସମିତି ବୈଠକ ହେଉନଥିବା ନେଇ ପ୍ରଶ୍ନ କରିଥିଲେ। ଏ ପର୍ଯ୍ୟନ୍ତ ଷ୍ଟାଣ୍ଡିଙ୍ଗ କମିଟି ଗଠନ ହୋଇପାରୁ ନଥିବା ନେଇ ପ୍ରଶ୍ନ କରିଥିଲେ। ବିଡ଼ିଓ ସପ୍ତାହ ମଧ୍ୟରେ ଷ୍ଟାଣ୍ଡିଂ କମିଟି ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଥମେ ସ୍ୱାସ୍ଥ୍ୟ ବିଭାଗର ବିଭାଗୀୟ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବେଳେ ବିଧାୟକ ମାଝୀ ଶବ ବ୍ୟବଚ୍ଛେଦ ଗୃହ କାହିଁକି ହୋଇପାରୁନାହିଁ ବୋଲି ପ୍ରଶ୍ନ କରିଥିଲେ ହେଁ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ଜନକ ଉତ୍ତର ରଖି ନଥିଲେ। ଆୟୁଷ୍ମାନ କାର୍ଡ ପାଇଁ ଜଣକ ପିଛା ୫୦ ଟଙ୍କା ଆଦାୟ କିଏ କରୁଛି ଏବଂ ଏହାର ତଦନ୍ତ ପାଇଁ ଲୋକ ପ୍ରତିନିଧି ଦାବୀ କରିଥିଲେ।ସମିତି ବୈଠକରେ ଡେରିରେ ଆସୁଥିବା ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ତାଗିଦ କରିବା କାରଣ ଦର୍ଶାଅ ନୋଟିସ ଦେବା ସହ ଦରମା ବନ୍ଦ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ଯେଉଁ ବିଭାଗ ଗୁଡିକ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ ମଧ୍ୟ କାରଣ ଦର୍ଶାଇବା ପାଇଁ କହିଛନ୍ତି।ଯୋଗାଣ ବିଭାଗର ଆଲୋଚନା ବେଳେ ପ୍ରତିନିଧି ମାନେ ପ୍ରତି ପଞ୍ଚାୟତ ରେ କ୍ୟାମ୍ପ କରି ଲୋକଙ୍କ ନୂତନ କାର୍ଡ ସେବା ଯୋଗାଇ ଦେବାକୁ କହିଥିଲେ। କଣ୍ଟାଗାଁ, ଅମ୍ଳାଭଟ୍ଟା,ମଞ୍ଚାଗାଁ,ଲମତାଗୁଡା ଏହି ୪ଟି ପଞ୍ଚାୟତରେ ରାସନ ବଣ୍ଟନ ଉପକେନ୍ଦ୍ର ହେବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ।ଏହାପରେ ଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ ହେବା ଏବଂ ଏହାର ପ୍ରଭାବରେ ବହୁ ସଂଖ୍ୟକ ଶିଶୁ ବିଦ୍ୟାଳୟକୁ ଆସିବେ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲାରେ ସର୍ବାଧିକ ସଂଖ୍ୟାରେ ଉଚ୍ଚ ବିଦ୍ୟାଳୟ ଅପ ଗ୍ରେଡ ହୋଇଥିବା କହିଥିଲେ।ମଧ୍ୟାହ୍ନ ଭୋଜନ ର ଅନିୟମିତତାକୁ ନେଇ ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା ପ୍ରଶ୍ନ କରିଥିଲେ।ଏହାପରେ ଆବାସ ଯୋଜନାରେ ଅନେକ ହିତାଧିକାରୀଙ୍କ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଆକାଉଣ୍ଟକୁ ଗଲା ପରେ ୨ୟ କିସ୍ତିର ୬୦ହଜାର ଟଙ୍କା ଉଠାଇବା ପାଇଁ ଜି ଆର ଏସ ସିଧା ସଳଖ ୫ହଜାର ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ,ଏପରିକି ମୂଳ ଦୁଆ ପଡ଼ିବା ପରେ କାମ ଶେଷ ନ ହୋଇ ଅନ୍ତିମ ପର୍ଯ୍ୟାୟ ଅର୍ଥ ମଧ୍ୟ ପ୍ରଦାନ କରି ଦିଆଯାଇଥିବା ସୁଧୀର ଖିରା ଅଭିଯୋଗ କରିଥିଲେ। ଆବାସ ଯୋଜନାରେ ମନେରେଗାର ୯୫ ଦିନର ପାରିଶ୍ରମିକ ମଧ୍ୟ ବାଟ ମାରଣା ହେଉଥିବା ଅଭିଯୋଗ ହୋଇଥିଲା।ଏହିଭଳି ମହିଳା ଶିଶୁ ବିକାଶ,ବିଦ୍ୟୁତ, କୃଷି, ଜଙ୍ଗଲ ବିଭାଗ,ଉଦ୍ୟାନ କୃଷି,ପ୍ରାଣୀ ସଂପଦ,ପୋଲିସ ବିଭାଗ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆଲୋଚନାରେ ଭାଗ ନେଇଥିଲେ। ଷାଠିଏ ଜଣଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା,ଅଶି ବର୍ଷ ରୁ ଉର୍ଦ୍ଧ୍ବଙ୍କୁ ୩୫୦୦ ଟଙ୍କା ବଣ୍ଟନ କରାଯାଇଥିଲା। ଏହି ବଣ୍ଟନ କାର୍ଯ୍ୟକୁ ସରପଞ୍ଚ ମାନଙ୍କୁ ଡକାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବନ୍ଦିତା ନାୟକ ମଦନ ମୋହନ ଦଳପତି ବ୍ଲକ ପ୍ରଶାସନର ପାତର ଅନ୍ତର କୁ ନିନ୍ଦା କରିଥିଲେ।