ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ବାରୀଗୁଡା ଗ୍ରାମରେ ମନରେଗା ଯୋଜନାର କାର୍ଯ୍ୟରେ ଲାଗୁଛି ଜେସିବି ମେସିନ ଲୋକଙ୍କ ବଦଳରେ ରାତି ଅଧିଆ କାମ କରୁଛି ମେସିନ ଲୋକେ ଅସନ୍ତୋଷ ବ୍ୟକ୍ତ କରି ଜେସିବି କୁ ଘେରିବା ସହ ନବରଙ୍ଗପୁର ବିଧାୟକଙ୍କୁ ଜଣାଇ କାମ ବନ୍ଦ କରିଛନ୍ତି। ଅନ୍ୟପଟେ ଉକ୍ତ କାର୍ଯ୍ୟଟି ମନରେଗାରେ ଟ୍ରେଂଚ ଖୋଲିବାର ପ୍ରୋଜେକ୍ଟ ରଖାଯାଇ କେବଳ କୋଡେଇଙ୍ଗ କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ଅନୁମୋଦନ ହୋଇନାହିଁ। ଯାହାକୁ ନେଇ ପ୍ରୋଜେକ୍ଟ ର ବିନା ମଞ୍ଜୁରୀରେ ଆଗତୁରା କିଭଳି ମେସିନ ଲଗାଇ ରାତି ଅଧିଆ କାର୍ଯ୍ୟ କରାଯାଉଛି ବୋଲି ଲୋକେ ପ୍ରଶ୍ନ କରିବା ସହ ନବରଙ୍ଗପୁର ଇତଡ଼ ଆଇ ଟି ଡି ଏ ବିଭାଗର ଅଧିକାରୀଙ୍କ କାର୍ଯ୍ୟକଳାପକୁ ଆଙ୍ଗୁଳି ଦେଖାଇଛନ୍ତି। ବାରୀଗୁଡା ଗ୍ରାମରେ ନବରଙ୍ଗପୁର ଆଇ ଟି ଡି ଏ ବିଭାଗ (ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା) ଦ୍ୱାରା ୨୦୨୫/୨୬ ଆର୍ଥିକ ବର୍ଷ ପାଇଁ ଇଟିଚର୍ନ ଟ୍ରେଞ୍ଚ କାର୍ଯ୍ୟ ବାରିଗୁଡା ଏବଂ ଟ୍ରେଞ୍ଚ ଓ ଗୋରୁଗଠନ ବାରୀଗୁଡା ନାମରେ ୨ ଟି ଟ୍ରେଞ୍ଚ କାମ ମନରେଗା ପ୍ରକଳ୍ପ ମାଧ୍ୟମରେ ରଖା ଯାଇଥିବା ବେଳେ କେବଳ କୋଡିଙ୍ଗ କରାଯାଇଥିଲା। ଏହାପରେ ଅର୍ଥ ଅଟକଳ ମୂଲ୍ୟ ରଖାଯାଇ ମଞ୍ଜୁରୀ ଦିଆଯାଇଥାନ୍ତା କିନ୍ତୁ ବିନା ମଞ୍ଜୁରୀରେ ଏହି କାର୍ଯ୍ୟକୁ ରାତି ଅଧିଆ ଆଗତୁରା ମେସିନ ସାହାଯ୍ୟରେ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ଯେଉଁଠି ଲୋକେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ମନରେଗାରେ ଲୋକଙ୍କୁ କାମ ଦିଆନଯାଇ ଜେସିବି ମେସିନ ସାହାଯ୍ୟରେ କାମ କରାଯାଉଥିବା ଲୋକେ ଅଭିଯୋଗ ଆଣିଛନ୍ତି।