ମା’ ସମଲେଇ ଓ ଦୁଆରସନୀ ପୀଠରେ ଷୋଡଶ ଦିନାତ୍ମକ ପୂଜା ସମ୍ପର୍ଣ୍ଣ

ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ ଗାଁର ଦଶମତି କଟା ସ୍ଥିତ ମା ସମଲେଇ, ଚଣ୍ଡୀ, ଦୁଆରସନୀ, ମାନଝି ମନଝେଙ୍କ ଷୋଡଶ ଦଶହରା ପୂଜା ସମ୍ପର୍ଣ୍ଣ ହୋଇଛି। ଗତ ୧୪ ତାରିଖ ଅଷ୍ଟମୀ ଦିନ ମା’ ଙ୍କ ଖଣ୍ଡାବସା କାର୍ଯ୍ୟ ହୋଇଥିଲା ଓ ଷୋଳ ଦିନର ପୂଜା ପରେ ୨୯ ତାରିଖ ମହା ସପ୍ତମୀ ଦିନ ମାଙ୍କ ପୂଜା ସମ୍ପର୍ଣ୍ଣ ହୋଇଥିଲା। ଏଥିରେ ମୁଖ୍ୟ ପୂଜକ ଡ଼ିକି କୁଆଁର, ଗୋବିନ୍ଦ ଝାଙ୍କର, ଦେହୁରୀ ଜବା କୁଆଁର ଓ ଷୋହଳ ଦେହେଲିଆ ଙ୍କ ମଧ୍ୟରେ ଚମରୁ ଛତ୍ରିଆ, ଗଣା ବର୍ଗେ, ଦିନ ମାଲିକ, ମଧୁ ମଲ୍ଲିକ, ଟୁକୁ ମଲ୍ଲିକ, ନାରଦ ରଣା,କାଳିଆ ସେଠ ସୁରେଶ ସାହୁ ଶରଣ ଭୋଇ ଏବଂ ବିଭିନ୍ନ ଶ୍ରଦ୍ଧାଳୁ ଭିଡ ହୋଇଥିଲେ ମା ଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ।