ବଲାଙ୍ଗିର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଯାଜ୍ଞଶେନି ବାଗ) : ବଲାଙ୍ଗିର ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପୌରାଞ୍ଚଳ ଯାଦବ ମହାସଭାର ଆୟୋଜରେ ନୂଆଁଖାଇ ଭେଟ- ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂଜକ ଟିକେ ଜାଲ ମାଁଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀ କୃଷ୍ଣଙ୍କ ଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ପୌରାଞ୍ଚଳ ଯାଦବ ମହାସଭାର ସଭାପତି ସନ୍ଦୀପ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ମାଁ ଚଣ୍ଡୀ ସମଲେଇ ଓ ଭଗବାନ ଶ୍ରୀକୃଷ୍ଣ ଙ୍କ ଫଟୋ ଚିତ୍ରରେ ଧୂପଦୀପ ଓ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲା ଯାଦବ ମହାସଭାର ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଶ୍ରୀବାଗ କହିଥିଲେ ଯେ, ଶିକ୍ଷା, ସ୍ୱାସ୍ଥ୍ୟ, ସମାଜର ଯୁବ ସଙ୍ଗଠନକୁ ମଜବୁତ, ଆର୍ଥିକ ଅଭିବୃଦ୍ଧି, ପଶୁପାଳନ ଉପରେ ସମାଜର ଭାଇ ମାନେ ସବୁବେଳେ ଧ୍ୟାନ ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ମୁଖ୍ୟ ଉପଦେଷ୍ଟା ସତ୍ୟ ନାରାୟଣ ବାଗ, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ସେଲମା, ଜିଲ୍ଲା ସଂପାଦକ ଖୁସିରାମ ଦୀପ, ଜିଲ୍ଲା ସହ ସଂପାଦକ ଦେବେନ୍ଦ୍ର ହାତୀ, ମୁନିରାମ ନାଗ, ଜିଲ୍ଲା ସଭାନେତ୍ରୀ ମୃଣ୍ମୟୀ ଭୋଇ, ପୌରାଞ୍ଚଳ ଉପ ସଭାପତି ସରୋଜ କୁମାର ଗହୀର, ପୌରାଞ୍ଚଳ କୋଷାଧ୍ୟକ୍ଷ ବାସୁଦେବ ନାଗ, ବଲାଙ୍ଗିର ସଦର ବ୍ଲକ ସଭାପତି ଗୋଲାପ ବାଗ, ବେଲପଡା ବ୍ଲକ ସଭାପତି ଗୋକୁଳ ଖର୍ଷେଲ, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ପୁଇଁନ୍ତଲା ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ସଇଁନ୍ତଲା ବ୍ଲକ ସଭାପତି ମନୋହର ବାଗ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସାମ୍ବାଦିକ କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ମୁନା ଗୌଡଙ୍କୁ ଉପଢ଼କନ ଏବଂ ମାନପତ୍ର ଦେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।




