ବିଡିଓ ନାଁରେ ଲାଞ୍ଚ ଅଭିଯୋଗ ; ସରପଞ୍ଚ ଗୋଷ୍ଠୀଙ୍କ ସାମ୍ବାଦିକ ସମ୍ମିଳନୀ

ରାଇରଙ୍ଗପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଳକ୍ ଅନ୍ତର୍ଗତ ବହଳଦା ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ ବିଡିଓଙ୍କ ଦୁର୍ନୀତି ନେଇ ସରପଞ୍ଚ ଦଳଙ୍କ ସାମ୍ବାଦିକ ସମ୍ମିଳନୀ। ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବହଳଦା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଡ଼ିଓ ଙ୍କ ନାମରେ ଲାଞ୍ଚ ଅଭିଯୋଗ ଆଣିଲେ ବହଳଦା ବ୍ଲକର ସମସ୍ତ ସରପଞ୍ଚ। ବ୍ଲକ ର ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟରେ ବିଡ଼ିଓ ୨ ପ୍ରତିଶତ ଲାଞ୍ଚ ନେଉଥିବା ବେଳେ ମନରେଗା କାମରେ ୨୫ଜଣରୁ ଅଧିକ ଶ୍ରମିକ କାମ କଲେ ବିଡ଼ିଓ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବହଳଦା ବିଡ଼ିଓଙ୍କୁ ଅନ୍ୟତ୍ର ବଦଳି ପାଇଁ ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳଙ୍କୁ ଦାବୀ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଆଗାମୀ ଦିନରେ ବ୍ଲକ ସମ୍ମୁଖରେ ଧାରଣରେ ବସିବେ ବୋଲି କଡା ଚେତାବନୀ ଦେଇଛନ୍ତି ସରପଞ୍ଚ ଗୋଷ୍ଠୀ। ତେବେ ଏହି ପରିପେକ୍ଷୀରେ ସାମ୍ବାଦିକ ମାନଙ୍କ ପାଲଟା ପ୍ରଶ୍ନ ପଚାରି ଥିଲେ କି ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ର ବିକାଶଧାରା କୁ କେତେ ସମର୍ଥନ କରୁଛନ୍ତି ବୋଲି ଗଣମାଧ୍ୟମ ପଚାରିବାରୁ ସରପଞ୍ଚ ଦଳ ତାଙ୍କର ଉତ୍ତର ଥିଲା ଆମ୍ବେ ଯେହେତୁ ସରପଞ୍ଚ ଅଛୁ ସରକାରଙ୍କ ସମସ୍ତ ଯୋଜନା ପଞ୍ଚାୟତ ବିକାଶ ଓ ଉନ୍ନତିକରଣରେ ଗ୍ରାମବାସୀ ଙ୍କର ବିକାଶ ହେବ ତେଣୁ ସରକାର ଙ୍କ କୌଣସି ବିକଶିତ ଯୋଜନାକୁ ବିରୋଧ କରୁ ନାହୁଁ ସରକାର ଙ୍କ ସମସ୍ତ ଯୋଜନ କୁ ସମର୍ଥନ କରୁଛୁ। ତେବେ ବହଳଦା ବ୍ଳକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମଲ୍ଲିକ ଙ୍କ କାର୍ଯ୍ଯଧାରାକୁ ନା ପସନ୍ଦ କରୁଛୁ କାରଣ କଥା କଥାରେ ପିସି କଥା, କାର୍ଯ୍ଯ ହୋଇଥିଲେ ୫ ହଜାର ଟଙ୍କା ଆଗ ଦିଅ ନ ହେଲେ ତମର ଫାଇଲ ଖୋଲିବ ନାହିଁ। ଏଭଳି ଅବାନ୍ତର ଲାଞ୍ଚ ମାଗିବା ଭଳି କଥା କୁ କୌଣସି ସରପଞ୍ଚ ସଜ୍ଯ କରୁନିଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ତେଣୁ ପିସି କାରବାର ନିଜେ ତ ସିଧାସଳଖ କହୁ ନାହାଁନ୍ତି କିନ୍ତୁ ଭାଡୁଆ ଦଲାଲ କର୍ମଚାରୀଙ୍କ ମାଧ୍ୟମରେ ଆମ କୁ ପିସି ଓ ଲାଞ୍ଚ ମାଗୁଛନ୍ତି। ତେଣୁ ବହଳଦା ବିଡିଓ ଙ୍କୁ ସରକାର ତୁରନ୍ତ ଅନ୍ଯତ୍ର ବଦଳୀ କରାଯାଉ ବୋଲି କହିଥିଲେ। ଆଜିର ସାମ୍ବାଦିକ ସମ୍ମିଳନୀକୁ ପରିଚାଳନା କରୁଥିଲେ ଗମ୍ଭାରିଆ ଗ୍ରାମପଞ୍ଚାୟତ ସରପଞ୍ଚ ବୌଦେଇ ମୁର୍ମୁ , ବାସିଙ୍ଗୀ ସରପଞ୍ଚ ମାହି ମୁର୍ମୁ , କାଙ୍କି ସରପଞ୍ଚ ସାରଥି ହାଁସଦାଃ, ବଡପଳସା ସରପଞ୍ଚ ଗିତାରାଣୀ ହେମ୍ବ୍ରମ , ବହବଦା ସରପଞ୍ଚ ଲକ୍ଷ୍ମଣ ହାଁସଦାଃ, ଅଁଳାଯୋଡି ସରପଞ୍ଚ ସଲମା ମାଝୀ, ଅଶନା ସରପଞ୍ଚ ବାଲେଶ୍ବର ମୁର୍ମୁ ,ଗିଦିଘାଟୀ ସରପଞ୍ଚ ଶ୍ରୀ ବସା , ଯଶିପୁର ସରପଞ୍ଚ କାଶୁ ମାଝୀ, ଭିତରଆମଦା ସରପଞ୍ଚ ଖେତରୀ କିସ୍କୁ, ଶଶ ସରପଞ୍ଚ ସ୍ଥଳପଦ୍ମା ହାଁସଦାଃ ପ୍ରମୁଖ ଉପସ୍ଥିତ ଥିଲେ ।