କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ସମ୍ବଲପୁର ରେଲ ଡିଭିଜନ ଜନସାଧାରଣଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏ ଭାରତୀୟ ରେଳ ବିଭାଗ ଟ୍ରେନ୍ ନମ୍ବର ୧୯୦୨୧-୧୯୦୨୨ ଉଧନା–ବ୍ରହ୍ମପୁର– ଅମୃତ ଭାରତ ଏକ୍ସପ୍ରେସର ଚଳାଚଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ, ଉକ୍ତ ଟ୍ରେନ୍ଟି ସପ୍ତାହକୁ ଗୋଟିଏ ଦିନ ପରିବର୍ତ୍ତେ ତିନି ଦିନ ଚଳାଚଳ କରିବ। ଟ୍ରେନ୍ ନମ୍ବର ୧୯୦୨୧ ଉଧନା-ବ୍ରହ୍ମପୁର ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ସପ୍ତାହକୁ ଦିନେ ରବିବାର ଚାଲୁଥିଲା, ତାହା ୧୯ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ରବିବାର, ବୁଧବାର ଏବଂ ଶୁକ୍ରବାର ଚାଲିବ। ସେହିପରି, ଟ୍ରେନ୍ ନମ୍ବର ୧୯୦୨୨ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ୍, ଯାହା ପୂର୍ବରୁ କେବଳ ସୋମବାରରେ ଚଳାଚଳ କରୁଥିଲା, ତାହା ୨୦ ନଭେମ୍ବର ୨୦୨୫ ଠାରୁ ସପ୍ତାହରେ ତିନି ଦିନ – ସୋମବାର, ଗୁରୁବାର ଏବଂ ଶନିବାର – ଚଳାଚଳ କରିବ।ବର୍ତ୍ତମାନର ଅମୃତ ଭାରତ ଏକ୍ସପ୍ରେସର ସମୟ, ରହଣି ସ୍ଥାନ କିମ୍ବା କୋଚ୍ ଗଠନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ସମ୍ପର୍କରେ ଜାରି କରାଯାଇଥିବା ସମସ୍ତ ପୂର୍ବ ନିର୍ଦ୍ଦେଶ ଅପରିବର୍ତ୍ତିତ ରହିଛି। ଏହା ବିଜୟନଗରମ ଠାରୁ ରାୟଗଡା, ମୁନିଗୁଡା, କେସିଙ୍ଗା, ଟିଟିଲାଗଡ଼ ଦେଇ ଉଦନା ଅଭିମୁଖେ ଯାତ୍ରା କରିବ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି ଯେ ସେମାନେ ସଂଶୋଧିତ ଚଳାଚଳ ଉପରେ ଧ୍ୟାନ ଦିଅନ୍ତୁ ଏବଂ ସେହି ଅନୁସାରେ ସେମାନଙ୍କର ଯାତ୍ରା ଯୋଜନା କରନ୍ତୁ। ଏହି ଖବର ହସ୍ତଗତ ହେବା ପରେ କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ସଭାପତି ସୁବାସ ଜୈନ, ସାଧାରଣ ସମ୍ପାଦକ ଡମ୍ବରୁଧର ଭୋଇ, ସଦସ୍ୟ ତୁମେଶ୍ୱର ସାହୁ ଙ୍କ ସମେତ ସଂଘ ର ସମସ୍ତ କର୍ମକର୍ତ୍ତା ଡ଼ିଆରଏମ୍ ସମ୍ବଲପୁର କୁ ଅଞ୍ଚଳବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ।
