ସଇଁତଲା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ସଇଁତଲା ଥାନା ଅନ୍ତର୍ଗତ କୁମ୍ଭାରୀ ଗ୍ରାମ ବସଷ୍ଟାଣ୍ଡ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାଯାଏ । ମୃତକ ଜଣକ ବ୍ରାହ୍ମଣୀ ଗ୍ରାମର ନେହେରୁ ମଲ୍ଲିକ (୨୮) । ସଇଁତଲା ପୋଲିସର ସୂଚନା ମତେ, ଢ଼େଙ୍ଗ ପଂଚାୟତ ବ୍ରାହ୍ମଣୀ ଗ୍ରାମର ନେହେରୁ ବାଇକରେ କୁମ୍ଭାରୀ ଗ୍ରାମରୁ ବିଳମ୍ବିତ ରାତ୍ରରେ ନିଜ ଘରକୁ ଫେରୁଥିଲେ। ନେହେରୁ ବାଇକ ଚଳାଉଥିବାବେଳେ କୁମ୍ଭାରୀ ବସଷ୍ଟାଣ୍ଡଠାରେ ଭାରସାମ୍ୟ ହରାଇ ଏକ ଗଛରେ ବାଇକଟି ପିଟି ହୋଇଥଲା। ଦୁର୍ଘଟଣା ଘଟିବାପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ସଇଁତଲ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଉପସ୍ଥିତ ଡ଼ାକ୍ତର ନେହେରୁଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।
