ଦିଲ୍ଲୀ ବାଣିଜ୍ୟ ମେଳା ; ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରାରେ ଦୂଲୁକିଲା ମଞ୍ଚ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : ରାଜଧାନୀ ଦିଲ୍ଲୀରେ ଚାଲିଥିବା ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ଅନୁଷ୍ଠିତ ଓଡିଶା ଦିବସରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ଉଚ୍ଚ ପ୍ରଶଂସିତ ହୋଇଛି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରି ନିଜ ଉଦବୋଧନରେ ଓଡିଶା ସଂସ୍କୃତି ଓ କଳା ମହାନ, ଯାହା ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ। ଅନ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ପୂର୍ବତନ ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ, ସୂଚନା ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ସଂସ୍କୃତି ନିର୍ଦେଶକ ବିଜୟ କେତନ ଉପାଧ୍ୟାୟ ପ୍ରମୁଖ ଯୋଗଦାନ କରିଥିଲେ। ବିଏସଏ ସଭାପତି ସୁଶାନ୍ତ ମହାପାତ୍ର ଓ କୋଷାଧକ୍ଷ ବିକ୍ରମ ବାରିକ ଙ୍କ ତତ୍ୱାବଧାନ ରେ ୧୫ ଜଣିଆ ଘୁମୁରା ଦଳ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶେଷ ଯାଏଁ ଓଡିଶା ରୁ ଯାଇଥିବା ଘୁମୁରା, ଓଡିଶୀ,ଫୁଲବାଣୀ ଆଦିବାସୀ, ବ୍ରହ୍ମପୁର ଦିଗ ପହଣ୍ଡି ର ପଶୁ ନୃତ୍ୟ ଓ ରୁମକୁ ଝୁମା ଓଡିଶା ରୁ ଆସିଥିବା ୬ ଗୋଟି ଦଳର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।