ସାର ଟ୍ରକ ଡକାୟତି, ବାଟରେ ମାଡ଼ି ବସିଲା ପୋଲିସ, ଦୁଇ ଗିରଫ

ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର ନ୍ୟୁଜ (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଧୀନ ଡାବୁଗାଁ ରାସ୍ତାର ସିନ୍ଧିଗୁଡା ଗ୍ରାମ ନିକଟରେ ଏକ ସାର ବୋଝେଇ ଟ୍ରକ କୁ ୩ଜଣ ଦୃର୍ବୁତ୍ତ ଡକାୟତି ଉଦ୍ୟମ ବେଳେ ସଠିକ ସମୟରେ ପୋଲିସ ପହଂଚି ଡକାୟତି ଭଣ୍ଡୁର କରି ଦୁଇ ଜଣ ଦୂର୍ବୁତଙ୍କୁ ଧରିବାରେ ସଫଳ ହୋଇଥିଲେ ମଧ୍ୟ ଜଣେ ଫେରାର ହୋଇଯାଇଛି। ଦୁଇ ଅଭିଯୁକ୍ତ ହେଲେ ଗାଦବାକତରା ପଂଚାୟତର ତୁଳସୀ ହରିଜନ ଓ ନିମନ୍ତ ପାଙ୍ଗି ଓ ଫେରାର ଅଭିଯୁକ୍ତ ହେଲା ପ୍ରଭାସ ବେସ୍ରା।  ସୂଚନା ଅନୁସାରେ,କଟକ ଜିଲ୍ଲା କାରଙ୍ଗା ପଂଚାୟତର ଦୁର୍ଗା ପ୍ରସାଦ ଜେନା ତାଙ୍କର ନିଜ ଟ୍ରକ (ଓଡି୦୪ଏଚ୬୮୩୫) ରେ ପାପଡାହାଣ୍ଡି ଥାନା ତୁମ୍ବର୍ଲା ରୁ ସାର ବୋଝେଇ କରି ଉମରକୋଟ ଅଭିମୁଖେ ରବିବାର ରାତି ପ୍ରାୟ ୧୦ଟା ରେ ଯାଉଥିବା ବେଳେ ମୈଦଲପୁର ମଦ ଦୋକାନ ନିକଟରେ ଗୋଟିଏ ବାଇକରେ ୩ଜଣ ଦୃର୍ବୁତ୍ତ ଆସି ଟ୍ରକ ସମ୍ମୁଖରେ ଗାଡ଼ି ରଖି ନିଜକୁ ପୋଲିସର ପରିଚୟ ଦେବା ସହ ସାର ଗାଡ଼ିର କାଗଜ ପତ୍ର ମାଗିଥିଲେ। ଆଗରେ ଥାନା ବାବୁ ଅଛନ୍ତି କହି ଡ୍ରାଇଭରକୁ ମାଡ଼ ମାରିବା ସହ ତୁଳସୀ ଟ୍ରକ ଚଳାଇବା ସହ ଡ୍ରାଇଭରକୁ ନେଇ ସିନ୍ଧିଗୁଡା ଗ୍ରାମ ନିକଟ ଖେଳ ପଡିଆ ନିକଟରେ ରଖି ଲୁହା ଚେନ ଓ ବାଡ଼ିରେ ଆକ୍ରମଣ କରିଥିଲେ । ସୌଭାଗ୍ୟ ବଶତଃ ମୈଦଲପୁର ପୋଲିସ ପେଟ୍ରୋଲିଙ୍ଗ ସାରି ଫେରୁଥିବା ସମୟରେ ସନ୍ଦେହ ଟ୍ରକ୍ କୁ ଅଟକାଇ ପଚାରିବାରୁ ସାର ବୋଝେଇ ଟ୍ରକ ଡ୍ରାଇଭର ପୋଲିସ ନିକଟରେ ସତ ଘଟଣା ବଖାଣି ଥିଲେ । ସେଠାରୁ ପୋଲିସ ତୁଳସୀ ଓ ନିମନ୍ତ ଙ୍କୁ ଧରିବା ରେ ସଫଳ ହୋଇଥିଲା। କିନ୍ତୁ ପ୍ରଭାସ ଫେରାର ହୋଇଯାଇଥିଲେ। ଚେନ ଓ କାଠ ଜବତ କରାଯିବା ସହ କେଶ ନଂ ୧୧୭/୨୫ରେ ଏକ ମାମଲା ରୁଜୁ କରାଯିବା ସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିପିନ କୁମାର କୁଲଦୀପ ସୂଚନା ଦେଇଛନ୍ତି।