ଦୋଳକିବନ୍ଧରେ ପ୍ରହର ମଣ୍ଡପର ଭୂମିପୂଜନ, ଶୁଭ ଖମ୍ବ ସ୍ଥାପନ 

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ପଞ୍ଚାୟତ ଅନ୍ତର୍ଗତ ଦୁଲକିବନ୍ଧ ଗ୍ରାମରେ ବୁଧବାର ଦିନ ପ୍ରହର ମଣ୍ଡପର ଭୂମି ପୂଜନ ଓ ଶୁଭ ଖମ୍ବ ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମଟି ବୈଦିକ ବିଧି-ବିଧାନରେ ସମ୍ପନ୍ନ କରାଯାଇଛି। ଏହି ଶୁଭ ଅବସରରେ ଦୁଲକିବନ୍ଧ, ମାଠିଆ ପଡା, ଡାକୁଲ ପଡା, ଗଡ଼ିଆଯୋର, ନୂଆପଡ଼ା, ବନ୍ଧପଡ଼ା, ଦଣ୍ଡଇଖୋଲ, ଗଟିଆପଡ଼ା ଓ ଶ୍ରୀରାମନଗର ପଡ଼ା ସହିତ ଅନ୍ୟାନ୍ୟ ପଡୋଶୀ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଭକ୍ତିମୟ ପରିବେଶ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିଥିଲେ।