ବଙ୍କାପଲାଠାରେ  ବ୍ଲକସ୍ତରୀୟ ୭୬ ତମ ସମ୍ବିଧାନ ଦିବସ ପାଳିତ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ପଞ୍ଚାୟତ ଅନ୍ତର୍ଗତ ବଙ୍କାପଲା ଧାନମଣ୍ଡି ଠାରେ କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ପକ୍ଷରୁ ୭୬ତମ ସମ୍ବିଧାନ ଦିବସ ବୁଧବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି ବଳରାମ ଦୁର୍ଗାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ପୂର୍ବତନ କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଭାପତି କୃଷ୍ଣଚନ୍ଦ୍ର ନୀଆଁଲ ମୁଖ୍ୟ ଅତିଥି , ସମାଜସେବୀ ମାଧବ ସୁନାନୀ ମୁଖ୍ୟବକ୍ତା , ସମ୍ମାନୀୟ ଅତିଥି ଭାବରେ ଶତ୍ରୁଘ୍ନ ନାଏକ, ଟଙ୍କଧର ନାଏକ, ରାଇଦାସ ଧଙ୍ଗଡାମାଝୀ, ଗୋବିନ୍ଦ କୁମାର, କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ଉପ ସଭାପତି ଶ୍ରୀକାନ୍ତ ଛତ୍ରିଆ, ଆଶିଷ ନାଗ, ଆଇନଯୀବୀ ଲୋକନାଥ ନାଗ, ଗୌର ଚନ୍ଦ୍ର ଦୁର୍ଗା ପ୍ରମୁଖ ମଞ୍ଚାସୀନ ଥିଲେ । ସର୍ବ ପ୍ରଥମେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ ଓ ଦୀପ ପଜ୍ଜଲନ ସହ ପଞ୍ଚଶିଲ ପଠନ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା , ସମ୍ବିଧାନ ଦେଶର ସମସ୍ତ ନାଗରିକ ସହିତ ଜଳ, ବାୟୁ, ପଶୁ, ପକ୍ଷୀ, ବୃକ୍ଷଳତାକୁ ମଧ୍ୟ ବଞ୍ଚିବାର ଅଧିକାର ଦେଇଛି, କିନ୍ତୁ କିଛି ଲୋକ ଉଦ୍ଦେଶ୍ୟ ମୂଳକ ଭାବେ ସମ୍ବିଧାନକୁ ଦୋଷ ଦେଇ, ସାମ୍ବିଧାନିକ ଅଧିକାର ପାଇବାରୁ ଦେଶବାସୀଙ୍କୁ ବଞ୍ଚିତ ରଖିଛନ୍ତି । ଠିକ୍ ସେହିଭଳି ଆଦିବାସୀ, ହରିଜନ ମାନଙ୍କ ପ୍ରତି ଜାତି ଧର୍ମ ଭେଦଭାବ ଆଜି ମଧ୍ୟ ଦେଶର ମୂଳ ସମସ୍ୟା ହୋଇଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସମ୍ବିଧାନକୁ ସମସ୍ତେ ଅଧ୍ୟୟନ କରି ନିଜର ମୌଳିକ ଅଧିକାର ହାସଲ କରିବା ଓ ସମ୍ବିଧାନ ଦିବସକୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଦେଶର ସମସ୍ତେ ପାଳନ କରିବା ଜରୁରୀ ବୋଲି କହିଥିଲେ। କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସଂପାଦକ ସେନାପତି ନାଏକ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶତାଧିକ ସମ୍ବିଧାନ ପ୍ରେମୀ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ ଓ କାର୍ଯ୍ୟକ୍ରମ ପରିଚାଳନାରେ କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦର ସମସ୍ତ କର୍ମକର୍ତ୍ତା ଓ ଆମ୍ବେଦକର ପ୍ରେମୀ ସହଯୋଗ କରିଥିଲେ।