ଗୋଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁଡୁକେଲ ଗ୍ରାମ ବ୍ଳକ ଯାଦବ ଭବନଠାରେ ମହାଭାରତ ମହାପାରାୟଣ ମହାଯଜ୍ଞ ପ୍ରସ୍ତୁତି ବୈଠକ ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ସଭାପତି ଗିରିଧାରୀ ତେଜିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ୨୭ ଗୋଟି ଆଞ୍ଚଳିକ ଯାଦବ ସମାଜ ର କର୍ମକର୍ତ୍ତା ଉପସ୍ଥିତି ହୋଇଥିଲା। ବ୍ୟାସ ପାଇଁ ସୁଦୁର ସୋନପୁରର ପ୍ରକ୍ଷାତ ପ୍ରବଚକ ଗୋବର୍ଦ୍ଧନ ମିଶ୍ରଙ୍କୁ ମହାଭାରତ ମହାପରାୟଣ କମିଟି ତରଫରୁ ବ୍ୟସ ବରଣ କରାଯାଇଥିଲା ।ଏହି ଅବସରରେ ମହାଭାରତ ମହାପରାୟଣ ର କର୍ତ୍ତା ରାମ କୃଷ୍ଣ ବଗର୍ତ୍ତି,ଗୋଲାମୁଣ୍ଡା ବ୍ଲକ ଯାଦବ ସମାଜ ର ସଂପାଦକ ପରୀକ୍ଷିତ ଖର୍ସେଲ,ଉପ ସଭାପତି ରେବା କଟା, ଯୁଗ୍ମ ସଂପାଦକ ସଦାଶିବ ବେମାଲ, କୋଷାଧ୍ୟକ୍ଷ ଧନେଶ୍ଵର ଚଲାନ, ଦଶପୁର ଜୋନାଲ ସଭାପତି ତିଲେଶ୍ଵର ଘି, ସମାଜ ସେବୀ ତଥା ଉପଦେଷ୍ଟା ସାଧୁ ରାମ ବଗର୍ତ୍ତୀ,ଦେବାର୍ଚନ ବଗର୍ତ୍ତି,ଧନିରାମ ଭାଟି, ଯୁବ ଯାଦବ ବ୍ରହ୍ମା ପ୍ରସାଦ କାଣ୍ଡ ପ୍ରମୁଖ ଉପସ୍ଥିତି ଥିଲେ।
