ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର(ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଅନୁଷ୍ଠିତ ହେବାକୁଥିବା ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ଚଳିତ ମାସ ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ଧୂମଧାମ ରେ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ପୂର୍ବାହ୍ନ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠାନର ପତାକା ଉତୋଳନ ପରେ କେସିଙ୍ଗା ର ଅଧିଷ୍ଠାତ୍ରୀ ଦେବତା ବୁଢା ଡ଼ଙ୍ଗର ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରା ମଞ୍ଚ ସ୍ଥଳକୁ ପହଁଞ୍ଚିବ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ମଞ୍ଚ ଉଦଘାଟନ ହୋଇ ଅପରାହ୍ନ ୪ ଘଣ୍ଟା ପର୍ଯ୍ୟନ୍ତ ଏସ ଏଚ ଜି ମହିଳା ମାନଙ୍କୁ ନେଇ ଝୋଟି, ଚିତ୍ରକଳା ପ୍ରତିଯୋଗିତା ସହ ସମ୍ବଲପୁରୀ ସଂଗୀତ ବିଚିତ୍ରା ଅନୁଷ୍ଠିତ ହେବ। ଉଦଘାଟନୀ ସଂସ୍କୃତିକ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ଯୋଗଦାନ କରୁଥିବାବେଳେ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରବାନ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଓ ସ୍ୱତନ୍ତ୍ର ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଓଡିଶୀ ନୃତ୍ୟ, ବଜାଶାଲ, ଢ଼ାପ ନୃତ୍ୟ, ଛଉ ନୃତ୍ୟ ଓ ସମ୍ବଲପୁରୀ ନୃତ୍ୟ ର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ଦ୍ୱିତୀୟ ଦିନ ରବିବାର ପ୍ରଥମ ଅଧିବେଶନ ରେ ପୂର୍ବାହ୍ନ ୧୧ ଘଣ୍ଟା ସମୟ ରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ କୁ ମେଜର ଡ଼. ଜୟଦେବ ସାହୁ ଉଦଘାଟନ କରିବେ! ବିଶିଷ୍ଟ ଲେଖିକା ତଥା ପ୍ରସିଦ୍ଧ ଗାଳ୍ପିକା ଯାଜ୍ଞସେନି ସାହାଙ୍କ ସଭାପତିତ୍ବ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ ଯୋଗଦେଉଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଭିକାରି ମିଶ୍ର ଯୋଗ ଦେବେ ଅପରାହ୍ନ ରେ ଏସ ଏଚ ଜି ମହିଳାଙ୍କ ପାଇଁ ମ୍ୟୁଜିକ ଚେୟାର ଓ ସମ୍ବଲପୁରୀ ବିଚିତ୍ରା ସଂଗୀତ ପ୍ରତିଯୋଗିତା ହେବ। ଉଦଯାପନୀ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଉଥିବା ବେଳେ ବିଶିଷ୍ଟ ଅତିଥି ଭାବେ କୁଳପତି ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ କଳାହାଣ୍ଡି ଯୋଗଦେବେ। ସମ୍ମାନିତ ଅତିଥି ଭାବେ କେସିଙ୍ଗା ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ ଓ ସ୍ୱତନ୍ତ୍ର ଅତିଥି ଭାବେ କେସିଙ୍ଗା ଏସ ଡି ପି ଓ ସନ୍ଦୀପ କୁମାର ମାଝୀ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ସାଂସ୍କୃତିକ ସନ୍ଧ୍ୟା ରେ ଓଡିଶୀ ନୃତ୍ୟ, ଲୋକ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ହାସ୍ୟ ତାରକା ମୁମ୍ବାଇ ରିୟାନ ଇଣ୍ଡିଆନ, କଣ୍ଠଶିଳ୍ପୀ ଶ୍ରୀୟାଶ୍ରୀ ଭଟ୍ଟାଚାର୍ଯ୍ୟ ମୁମ୍ବାଇ, ଓଲିଉଡ଼ ସିନେ ତାରକା ଭୂପିନ୍ଦର ସିଂ, କଣ୍ଠଶିଳ୍ପୀ ମନସ୍ବିନ ଓ କଣ୍ଠଶିଳ୍ପୀ ରୋଜାଲିନ ଏବଂ ଜେମ୍ସ ଙ୍କ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି। ବୁଢା ଡ଼ଙ୍ଗର ଲୋକ ମହୋତ୍ସବ ରେ ଅନେକ ପ୍ରତିଭାବାନ ବ୍ୟକ୍ତି ବିଶେଷ ସମ୍ମାନିତ ହେବେ! ସମାଜସେବା, ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନିୟ ବ୍ୟକ୍ତିତ୍ୱଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀ ରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନରେ ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ବାରିକ, ଜ୍ଞାନେନ୍ଦ୍ର ଭୋଇ, ସୁରେଶ ମହାନନ୍ଦ, ରମେଶ ପଟ୍ଟନାୟକ ଓ କୁଞ୍ଜ ବିହାରୀ ସାହୁ ଏହି ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିଲେ।