ବିଜୁଜନତା ଦଳ ର ୨୯ ତମ ପ୍ରତିଷ୍ଠା ଦିବସ ପାଳନ

ମ, ରାମପୁର/କ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ବମକ ପଞ୍ଚାୟତ ଅନ୍ତର୍ଗତ କଢେଲ ଠାରେ ୨୯ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ପ୍ରଥମେ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପ ମାଲ୍ୟାର୍ପଣ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା  ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ପୂର୍ବତନ ଅଧ୍ୟକ୍ଷ ନିଳମଣି ସାହୁ, ବମକ ପଞ୍ଚାୟତ ସରପଞ୍ଚ ତଥା ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ମ, ରାମପୁର ବ୍ଲକ ସଭାପତି ସତ୍ୟ ନାରାୟଣ ସାହୁ, କର୍ଲାମୁଣ୍ଡା ବ୍ଲକ ସଭାପତି ଯୋଶୋବନ୍ତ ସାହୁ, ଜିଲ୍ଲା ଛାତ୍ର ସଂଘର ସଭାପତି ଅଜିତ କୁମାର ସାହୁ, ଗୋବିନ୍ଦ ତାଣ୍ଡି, ପ୍ରେମ ସାଗର ନାଏକ, ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସଚେତନତା କରିଥିଲେ। ରାଜ୍ୟରେ ୧୮ ମାସ ସାଶନ କରୁଥିବା ଭାରତୀୟ ଜନତା ପାର୍ଟି ସରକାର ଙ୍କ ବିଫଳତା ମହିଳା ମାନଙ୍କ ମାନଙ୍କ ପ୍ରତି ଅନ୍ୟାୟ, ଚାଷୀ ମାରଣା ନିତି, ବିଦ୍ୟୁତ ଉପଭୋକ୍ତା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ବିଭିନ୍ନ ସମସ୍ୟା କୁ ନେଇ ସରକାରଙ୍କ ବିଫଳତା କୁ ନେଇ ବର୍ଷିଥିଲେ। ଆଗକୁ ବିଜୁଜନତା ଦଳ କୁ ମଜବୁତ କରିବା ସହ ନବିନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା ନେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ଚାରିଟି ବ୍ଲକ ର ବ୍ଲକ ସଭାପତି ସମେତ ପ୍ରଦୀପ କୁମାର ପାଣିଗ୍ରାହୀ, ଭବାନି ଶଙ୍କର ସାହୁ, ଦିଲ୍ଲିପ କୁମାର ସାହୁ, ପ୍ରମୁଖ ହଜାର ହଜାର ବିଜୁ ପ୍ରେମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *