କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡି ର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀ ମାନଙ୍କ ନାମ ଘୋଷଣା କରାଯାଇଛି। ଏହି କ୍ରମରେ କେସିଙ୍ଗାର ଯୁବନେତା ଶିଶିର ପରିଡ଼ା( ଶିଲୁ ଭାଇ) ଙ୍କୁ କଳାହାଣ୍ଡି ଜିଲ୍ଲାର ସମ୍ପାଦକ ଭାବରେ ନୂତନ ଗୁରୁ ଦାଇତ୍ୱ ପ୍ରଦାନ କରିଛନ୍ତି ବିଜେଡି ସଭାପତି। ଏଠାରେ ପ୍ରକାଶ ଥାଉକି ଶ୍ରୀ ପରିଡ଼ା ବିଗତ ୧୫ ବର୍ଷ ଧରି କେସିଙ୍ଗା ବିଜେଡି ର ମଙ୍ଗଧରି ଯୁବ ନେତା ଭାବରେ ପାର୍ଟି କୁ ଆଗେଇ ନେବାରେ କୌଣସି ଅବହେଳା କରି ନାହାନ୍ତି। କହିବାକୁ ଗଲେ କେସିଙ୍ଗା ଯୁବ ବିଜୁ ଜନତା ଦଳର ପ୍ରକୃତ ବିନ୍ଧାଣି କହିଲେ ଅତ୍ୟୁକ୍ତି ହେବନାହିଁ।କେସିଙ୍ଗାରେ ପ୍ରତ୍ୟେକ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଯୁବବର୍ଗଙ୍କ ସମେତ ଅଞ୍ଚଳର ବିଜେଡି କର୍ମକର୍ତ୍ତାଙ୍କ ହୃଦୟର ସ୍ପନ୍ଦନ ହୋଇ ପାରିଛନ୍ତି ଶ୍ରୀ ପରିଡ଼ା। ଗତକାଲି ତାଙ୍କର ନାମ ଘୋଷଣା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କେସିଙ୍ଗା ଟାଉନ ସଭାପତି ତଥା ନଗରପାଳ ନୃପ ରାଜ ଯାଦବ, ପୂର୍ବତନ ଟାଉନ ସଭାପତି ରମେଶ ପଟ୍ଟନାୟକ, ବିଜେଡି ନେତା ନଳୀନ ପଟ୍ଟନାୟକ, ଶମ୍ଭୁ ବଗର୍ତ୍ତିଙ୍କ ସମେତ ସମସ୍ତ ବିଜେଡି ୱାର୍ଡ କାଉନସିଲର, ସମସ୍ତ ଦଳର ଟାଉନ ସଭାପତି ଓ ପୂର୍ବତନ ସଭାପତି ମାନେ ଶ୍ରୀପରିଡ଼ା ଙ୍କୁ ଶୁଭେଛା ଜଣାଇଛନ୍ତି। ଶ୍ରୀ ପରିଡ଼ା ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କେସିଙ୍ଗା ବିଜେଡି କୁ ମଜଭୁତ କରିବା ସହ ସମସ୍ତ ଯୁବବର୍ଗ ଓ ଦଳୀୟ କର୍ମୀଙ୍କ କାନ୍ଧ ରେ କାନ୍ଧ ମିଳାଇ ବିଜେଡି କୁ କେସିଙ୍ଗାରେ ମଜଭୁତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।

