କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, କେସିଙ୍ଗାର ୩୦ ତମ ବୁଢା ଡଙ୍ଗର ଲୋକ ମହୋତ୍ସବ ଢୋଲ ନିଶାନର ତାଳେ ତାଳେ ଉଦଘାଟିତ ହୋଇଯାଇଛି। ସାଂସ୍କୃତିକ ଶୋଭାଯାତ୍ରାରେ ସାଂସ୍କୃତିକ ଦଳ ମାନଙ୍କର ବିଭିନ୍ନ ଢଙ୍ଗରେ ନାଚ ଗୀତ ସହର କୁ ଉତ୍ସବ ମୁଖରିତ କରିଛି। ଅନୁଷ୍ଠାନରେ ପୂର୍ବାହ୍ନ ୧୦ ଟାରେ ଉଦଘାଟକ ଭାବରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଯୋଗଦାନ କରି ଉତ୍ସବ ଦ୍ୱାରା ଅଞ୍ଚଳ ର ସଂସ୍କୃତି ର ବିକାଶ ହେଉଛି ବୋଲି କହିଥିଲେ।ପରେ ଅପରାହ୍ନ ୪ ଟାରେ ସମ୍ବଲପୁରୀ ସଙ୍ଗୀତ ବିଚିତ୍ରା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ବାନ ଯୋଗଦାନ କରି ବୁଢା ଡଙ୍ଗର ଲକୋ ମହୋତ୍ସବ ଜିଲ୍ଲା ର ସଂସ୍କୃତି ଓ ପରମ୍ପରା କୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ଅନନ୍ୟ ପ୍ରୟାସ କରୁଛି।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦାନ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ଯୋଗଦାନ କରି ଲୋକ ସଂସ୍କୃତି ଏହି ଅନୁଷ୍ଠାନ ବିଶ୍ୱ ଦରବାରରେ ପହଞ୍ଚାଇ ଜିଲ୍ଲା କୁ ଗର୍ବ ଆଣିଛି।ଅନ୍ୟତମ ଅତିଥି ଭାବରେ କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଯୋଗଦାନ କରିଥିଲେ। ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ସମ୍ପାଦକ ଅକ୍ଷୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉପଲକ୍ଷେ ସେବା କ୍ଷେତ୍ରରେ ଡା ଅଶୋକ କୁମାର ମୁଣ୍ଡ ଓ ଶିକ୍ଷା କ୍ଷେତ୍ରରେ ରବି ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଭିନ୍ନ କୃତି ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ସାମ୍ବାଦିକ କ୍ଷେତ୍ରରେ ଯଯାତି କେଶରୀ ଦେଓ, ଦୟା ସୁନାନୀ, ତୁମେଶ୍ୱର ସାହୁ, କଳା ଓ ସେବା କ୍ଷେତ୍ରରେ ୧୨ ଜଣଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।ପୁରୀ ର ଗୋଟି ପୁଅ,ଗଂଜାମ ର ପଶୁ ନୃତ୍ୟ, ସମ୍ବଲପୁରୀ, ବଜାଶାଲ ନୃତ୍ୟ ଦର୍ଶକ ଙ୍କୁ ବିଳମ୍ବିତ ରାତି ଯାଏ ଝୁମାଇଥିଲେ। ମଞ୍ଚ ପରିଚାଳନା ଜ୍ଞାନେନ୍ଦ୍ର ଭୋଇ ଓ ଦିପ୍ତୀ ସିଂ କରିଥିଲେ।

