ଡାକ୍ତର ମାନଙ୍କର ଘଣ୍ଟା କିଆ କାମ ବନ୍ଦ ;  ସ୍ବାସ୍ଥ୍ୟ ସେବା ବ୍ୟାହତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର : ଗତ ୨୫ ତାରିଖରୁ ଆରମ୍ଭ ବିଭିନ୍ନ ପ୍ରକାରର ଦାବୀ ନେଇ ସମଗ୍ର ଓଡ଼ିଶା ର ଡାକ୍ତର ମାନଙ୍କର ଏକ ଘଣ୍ଟା କାମବନ୍ଦ ଧାରଣା ଯୋଗୁଁ ସ୍ଵାସ୍ଥ୍ୟ ସେବା ବ୍ୟାହତ ହୋଇଯାଇଛି। କାରଣ ବର୍ତ୍ତମାନ ଶୀତ ଦିନ ଚାଲୁଥିବାରୁ ସକାଳ ୧୦ ରୁ ୧୧ ଡାକ୍ତରଙ୍କ ଧାରଣା ମାନେ ଦିନର ଗୋଟିଏ ପ୍ରହର  ଅଧା ଦିନ ବାରବାଦ ଓ ଆଖ ପାଖ ଗାଆଁ ଗହଲିରୁ ଶୀତ ଦିନ ପାଇଁ ସକାଳ ୧୦ ଟାରେ ଘରୁ ବାହାରି ମେଡିକାଲ ଆସି ଓପିଡି ବନ୍ଦ ଥିବାର ଦେଖି ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଡାକ୍ତର ମାନେ ଏକ ଘଣ୍ଟା ଧାରଣାରେ ବସିବାର କାରଣ ଡାକ୍ତର ମାନଙ୍କ ବିଭିନ୍ନ ଦାବୀ ଯଥା ସମୟରେ ପଦୋନ୍ନତି, କେବିକେ ଜିଲ୍ଲାରେ ନିଯୁକ୍ତି ଦେଉଥିବା ଡାକ୍ତର ମାନଙ୍କ ପାଇଁ ବିଶେଷ ନୀତି, ବଦଳି ପ୍ରକ୍ରିୟାରେ ପାରଦର୍ଶିତା, ଡାକ୍ତର ମାନଙ୍କ କ୍ୟାଡ଼ର ର ପୁନର୍ଗଠନ, ଡିପାଟମେଣ୍ଟାଲ ପ୍ରମୋସନ କମିଟି ର ନିୟମିତ ବୈଠକ, ଡାକ୍ତର ମାନଙ୍କ ପାଇଁ ସ୍ଵାସ୍ଥ୍ୟ ବୀମା, ଡାକ୍ତର ମାନଙ୍କ ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ଯଥା ରହିବା ପାଇଁ ଘର ଓ ଗାଡ଼ି ର ସୁ ବ୍ୟବସ୍ଥା ଏମିତି ଅନେକ ଦାବୀ ନେଇ ଡାକ୍ତର ମାନେ ପ୍ରତିଦିନ ସକାଳ ୧୦ ରୁ ୧୧ କେବଳ ଜରୁରୀକାଳିନ ସେବା ବ୍ୟତୀତ ଓପିଡି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଡାକ୍ତର ସଂଗଠନ ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ୍ (ଓମଶା) ପକ୍ଷରୁ ନିଷ୍ପତି ନିଆଯାଇଛି ଓ ଦାବୀ ପୂରଣ ନ ହେଲେ ଆଗକୁ ନୂଆବର୍ଷ ପରେ ଆନ୍ଦୋଳନ କୁ ଆହୁରି ତୀବ୍ର କରିବେ ବୋଲି ଶୁଣିବାକୁ ମିଳୁଛି।ଆଗକୁ କଣ ହେବ ତାହା ତ ପରେ ଦେଖାଯିବ ବର୍ତ୍ତମାନ ଏକ ଘଣ୍ଟା ଓପିଡି ବନ୍ଦ ପାଇଁ ନାହିନଥିବା ଅସୁବିଧା ଉପୁଜିଛି।ସେମିତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ରେ ଥିବା ସରକାରୀ ମେଡିକାଲ ରେ କାର୍ଯ୍ୟରତ ଥିବା ବିଶେଷଜ୍ଞ ଓ ଏମବିବିଏସ ଡାକ୍ତର ମିଶି ୭ ଜଣ ଡାକ୍ତର ଆନ୍ଦୋଳନ କୁ ସମର୍ଥନ କରି ଦୁଇଦିନ ହେଲାଣି ଏକ ଘଣ୍ଟା କାମ ବନ୍ଦ କରୁଛନ୍ତି କେସିଙ୍ଗା ଆଖ ପାଖ ଅଞ୍ଚଳରୁ ଆସୁଥିବା ରୋଗୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।ସରକାର ଯଥା ଶୀଘ୍ର ଡାକ୍ତର ମାନଙ୍କ ସଂଘ ସହିତ ଆଲୋଚନା କରି ଆନ୍ଦୋଳନ କୁ ବନ୍ଦ ନ କଲେ ଆଗକୁ ସ୍ଵାସ୍ଥ୍ୟ ସେବାକ୍ଷେତ୍ର ରେ ନାହିଁ ନ ଥିବା ସମସ୍ୟା ଉପୂଜିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।ସେଥି ପାଇଁ ଯଥା ଶୀଘ୍ର ଯଥାର୍ଥ ଦାବୀ ପୂରଣ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *