ଅଷ୍ଟମ ବର୍ଷରେ ଦଣ୍ଡପାଟ ଧନୁଯାତ୍ରା ମହୋତ୍ସବ

ବେହେରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳର ବେହେରା ଗ୍ରାମରେ ପ୍ରତିବର୍ଷ ଭଳି ଅଷ୍ଟମ ବର୍ଷ ଧନୁଯାତ୍ରା ମହାସମାରୋହରେ ପାଳିତ ହେଉଛି। ଏହି ମହୋତ୍ସବର ମୁଖ୍ୟ ଆକର୍ଷଣୀୟ କଲିକତା ଭିକ୍ଟୋରିଆ ରାଜ ପ୍ରାସାଦ କଂସ ଦରବାର ସାଜ ଶଯ୍ୟା ବେଶ ଦର୍ଶକଙ୍କ ପାଇଁ ମନଛୁଆଁ ହୋଇଛି। ତୃତୀୟ ରଜନୀର ମୁଖ୍ୟ ଅତିଥି ଭାବରେ ପୂର୍ବତନ ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ସମ୍ମାନିତ ଅତିଥିଭାବରେ ଗୋପୀନାଥ ମହାନନ୍ଦ, ପ୍ରଣବ ପ୍ରକାଶ ଭଇଁ ସାଲ, ସମାଜସେବୀ ଭବାନୀଶଙ୍କର ବଣିଆ, ବେହେରା ସମିତିସଭ୍ୟ କିଶୋର ନାଗ ରାଜ ଦର ବାରେ ଉପସ୍ଥିତ ରହିଥିଲେ। କଂସ ରାଜାଙ୍କ ଅଷ୍ଟମଳ ପ୍ରେରଣ ସାଙ୍ଗକୁ ପୁତନା ବଦ୍ଧ ଦୃଶ୍ୟ ଟି ଥିଲା ନାଟକ ର ଅଂଶ ବିଶେଷ!ତା ସାଙ୍ଗକୁ ମିନାବଜାର,ଦର୍ଶକଙ୍କ ମନକୁ ବିମୋହିତ କରିପାରିଛି! ଏହି ମହୋତ୍ସବର ଆୟୋଜକ କମିଟିର ସଭାପତି ଭାବରେ ଲଳିତ ବାଣୁଆ, ଉପସଭାପତି ଭବେଶ ଗଈଂତା, ସମ୍ପାଦକ ଗୁଣନିଧି ନାଗ, ସହ ସମ୍ପାଦକ ତ୍ରିଲୋକ ସିଂ,କୋଷାଧକ୍ଷ ଭବାନୀ ବାରିକ, ହେମାଳବିଶି, ରଜନୀ ନାଏକ, ଉପେନ୍ଦ୍ର ନାଏକ,କ୍ଷୀରସିନ୍ଧୁ ବାଗ,ଚନ୍ଦ୍ରକାନ୍ତ ରଣା, ଅଭୟସିଂ ରାଜପୁତ, ଅଜୟ ତିୱାରୀ ତତସହ ସମସ୍ତ ସଦସ୍ୟ ସହଯୋଗ କରିଥିବାବେଳେ କ୍ଷୀରସିନ୍ଧୁ ବାଣୁଆ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହିକାର୍ଯ୍ୟ କ୍ରମରେ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା।