ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ଲାଗି ପ୍ରସ୍ତୁତି

ଧର୍ମଗଡ଼/ଜୁନାଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଦୁର୍ଗା ମଣ୍ଡପଠାରେ ଆଜି ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ତଥା ସମାଜ ସଂସ୍କାର ର ରାଷ୍ଟ୍ରମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରସ୍ତୁତି ବୈଠକରେ କଳାହାଣ୍ଡି ପଣ୍ଡରା ମାଳି ସମାଜର କୁଳପତି ପ୍ରକାଶ ନାଏକ, ସଭାପତି ଈଶ୍ୱର ପୁଝାରୀ, ଆଇନ ପରାମର୍ଶ ଦାତା ବରିଷ୍ଟ ଆଇନ ଜୀବୀ ଦୁର୍ଗା ପ୍ରସାଦ ନାଏକ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ସମ୍ପାଦକ ଲୋକେଶ ନାଏକ, ବିଷ୍ଣୁ ନାଏକ, ଧବଳେ ନାଏକ, ବେଣୁ ମଶ୍ରା, ସନ୍ତୋଷ ଭୋଇ, ଖୁସୀ ରାମ ଟୋଲଟିଆ, ଦୁଷ୍ମନ୍ତ ବଣିଆ, ସଂଜୀବ ବଣିଆ ଯୋଗଦେଇ ଥିଲେ। ଆସନ୍ତା ୩ ତାରିଖରେ ରାଷ୍ଟ୍ରୀୟ ମାତା ସାବିତ୍ରୀ ବାଇ ଫୁଲେଙ୍କ ଜନ୍ମ ଜୟନ୍ତୀ ପାଳନ କିଭଲି ମହାଆଡମ୍ବରରେ ହେବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

Leave a Reply

Your email address will not be published. Required fields are marked *