ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଲାଲ ଵାହାଦୁର ଶାସ୍ତ୍ରୀ ଷ୍ଟାଡିଅମଠାରେ ଜିଲ୍ଲାସ୍ତରୀୟ ମତ୍ସ ଓ ପ୍ରାଣୀସମ୍ପଦ ମେଳା – ୨୦୨୫ ଉଦଘାଟିତ ହୋଇଯାଇଛି। ଏହି ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହେବ। କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଯୋଗଦାନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ନିରୋଦ ଚନ୍ଦ୍ର କଂହର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠି ଓ ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ଅଜୟ କୁମାର ପ୍ରଧାନ ଓ ଜିଲ୍ଲା ଓମଫେଡ ପ୍ରବନ୍ଧକ ଡ଼ଃ ରଜନୀକାନ୍ତ ପଣ୍ଡା, ରାଜ୍ୟ ସଭାପତି ଓମଫେଡ କିଶୋର ଚନ୍ଦ୍ର ପ୍ରଧାନୀ ପ୍ରମୁଖ ଯୋଗଦାନ କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ନିରୋଦ ଚନ୍ଦ୍ର କଂହର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଅର୍ପଣ କରିଥିଲେ। ଆଜି ସଭାରେ ଯୋଗଦେଇ ପାରି ନଥିବା ମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓଡ଼ିଶା, ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ପ୍ରେରିତ ଭିଡିଓ ଶୁଭେଚ୍ଛା ବାର୍ତ୍ତା ଓ ଅଭିଭାଷଣକୁ ଉପସ୍ଥିତ ଜନସାଧାରଣ ନିମନ୍ତେ ଏଲ୍ଇଡି ସ୍କ୍ରିନ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅତିଥିମାନେ କଳାହାଣ୍ଡି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ରାଜ୍ୟ ତଥା ଜିଲ୍ଲାରେ କୃତିତ୍ୱ ହାସଲ କରିଥିବା ଚାଷୀ ମାନଙ୍କୁ ସମ୍ମାନ ପତ୍ର ସହ ଧନ ରାଶିପ୍ରଦାନ ରେ ଗୋଲାମୁଣ୍ଡା ବ୍ଲକ ବ୍ଲକ ମତ୍ସ୍ୟ ଅଧିକାରୀ ବନ୍ଦନା ପଣ୍ଡା ଓ ପ୍ରାଣୀ ସମ୍ପଦ ଚିକିତ୍ସା ଅଧିକାରୀଣୀ ମଞ୍ଜୁଲତା ବାଗ ବ୍ଲକ ପ୍ରମୁଖ ସହଯୋଗ କରିଥିଲେ। ଏହି ବିକାଶ ଧାରାକୁ ଆଗକୁ ଜାରି ରଖିବା ଓ ବଜାୟ ରଖିବା ପାଇଁ ଜିଲ୍ଲାର ମତ୍ସ୍ୟ ଓ ପ୍ରାଣୀ ପାଳନ କରୁଥିବା ଚାଷି ମାନଙ୍କୁ ପରାମର୍ଶ ଦେଇ ପ୍ରୋତ୍ସାହିତ କରିଥିଲେ । ଏହି ମେଳାରେ ସର୍ବମୋଟ ୨୦ ଗୋଟି ଷ୍ଟଲ ନିର୍ମାଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୮ ଗୋଟି ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ବିଭିନ୍ନ ପ୍ରକାରର ଗାଈ, ମହିଷି, କୁକୁଡ଼ା, ଅନ୍ୟ ପ୍ରାଣୀସମ୍ପଦ ଓ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିବା ବେଳେ ମତ୍ସ୍ୟ ବିଭାଗ ପକ୍ଷରୁ ୬ ଗୋଟି ଷ୍ଟଲରେ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ପ୍ରଦର୍ଶନ କରାଯାଇଛି। ମେଳା ଆରମ୍ଭ ପୂର୍ବରୁ ଅତିଥିମାନେ ପ୍ରଥମେ ବିଭିନ୍ନ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିଥିଲେ। ସଭା ଶେଷରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ତାଲିମ ସଂଯୋଜକ ଡ଼ଃ କେଦାରନାଥ ଖମାରୀ ଏହି ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ସୁବ୍ୟବସ୍ଥା ସହ ସୁନ୍ଦର ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। ଏହି ପରିପ୍ରେକ୍ଷୀରେ ଭବାନୀପାଟଣା ପ୍ରାଣୀ ଚିକିତ୍ସାକ ଡ଼ା, ସୁଦେବି ଭଞ୍ଜ ଓ ବିଶ୍ଵନାଥପୁର ବ୍ଲକ ପ୍ରାଣୀ ଚିକିତ୍ସାକ ଡ଼ା, ତେଜସ୍ୱନି ସାହୁଙ୍କ ମଞ୍ଚ ପରିଚାଳନା କୁ ସମସ୍ତେ ଭୁୟସୀ ପ୍ରଶଂସା କରିଥିଲେ। ଭବାନୀ ପାଟଣାର ବରିଷ୍ଠ ମିଡିଆ ପରାମର୍ଶଦାତା ମଧ୍ୟରୁ ଉମାଶଙ୍କର କର, ଶାନ୍ତନୁ ବେହେରା, ସନ୍ତୋଷ ସିଂ ଦେଓ, ସ୍ୱାଧୀନ ପାତ୍ର, ସୁନୀଲ ପାଢ଼ୀ, ଯଶୋବନ୍ତ, କଳାହାଣ୍ଡି ଜିଲ୍ଲା ଶକ୍ତି ଟିଭି ଜିଲ୍ଲା ପ୍ରତିନିଧି କବିରାଜ ଦୂର୍ଗା, ଖଗେଶ୍ବର କୁମାର, ମଧୁସୁଦନ ମହାପାତ୍ର, ବିଷ୍ଣୁ ଚରଣ ସ୍ୱାଇଁ, ଟଙ୍କଧର ବିହାରୀ, କୁଞ୍ଜବନ ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ପରି ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ।
