ବଡ଼ ପହିଲପାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ; ଗଣ୍ଡାମେର ଚାମ୍ପିଅନ୍

ଧର୍ମଗଡ/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଗତାଗୁଡାଠାରେ ବଡ଼ପହିଲପାର ମାଁ ଭଣ୍ଡାର ଘରଣୀ କ୍ରିକେଟ ଟୁର୍ଉଣ୍ଣାମେଣ୍ଟ ଦଯାପିତ ହୋଇଯାଇଛି। ଫାଇନାଲ ଖେଳ  ଲିମସେର ଓ ଗଣ୍ଡାମେର ମଧ୍ୟରେ ରୋମାଞ୍ଚକ ମ୍ୟାଚ୍ ଦେଖିବାକୁ ମିଳିଥିଲା। ପ୍ରଥମେ ଗଣ୍ଡାମେର ବେଟିଂ କରି ୧୦ ଓଭରରେ ୪ ୱେକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲା। ଲିମସେର ଲକ୍ଷ୍ୟର ପିଛା କରି ଦଶ ଓଭର ରେ ୮ ଉଇକେଟ ହରାଇ ୧୦୪ ରନ ସଂଗ୍ରହ କରି ଗଣ୍ଡାମେର ଠାରୁ ପରାଜିତ ହୋଇଥିଲା। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ଓ.ବି.ସି ମଞ୍ଚ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି, ତଥା ପଣ୍ଡରା ମାଳି ଯୁବ ବାହିନୀ ପୂର୍ବତନ ସଭାପତି ବିଶିଷ୍ଟ ସମାଜ ସେବୀ ଗରିବ ଅସହାୟ ଲୋକଙ୍କ ସୁଖ ଦୁଃଖର ସାଥୀ ଦୁର୍ଗା ପ୍ରସାଦ ନାଏକ ଯୋଗ ଦେଇଥିଲେ। ଧର୍ମଗଡ ଜିଲ୍ଲାପରିଷଦ ଜୋନ ନଂ ୧ ର ଜିଲ୍ଲାପରିଷଦ ସଭ୍ୟ ଗୋପୀ ନାଥ ମହାନନ୍ଦ, ପଣ୍ଡରା ମାଳି ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆ, ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଡାକେଶ୍ୱର ଲହଜଳ, ଟିପିଗୁଡା ସରପଞ୍ଚ ହାତୀରାମ ଦୁର୍ଗା, ଲକ୍ଷ୍ୟ ଭୋଇ, ସନ୍ତୋଷ ଭୋଇ, ଶୁଭେନ୍ଦୁ ନାଏକ,ତପନ ନାଏକ, ଧର୍ମଗଡ଼ ଏନ୍ଏସି ଯୁବ ବାହିନୀ ସଭାପତି ସୌମ୍ୟ ରଞ୍ଜନ ନାଏକ, ପଞ୍ଚାନନ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସରୋଜ ମାଝୀ ଓ ଦଶରଥ ନିହାର ଫାଇନାଲ  ଖେଳ ରେ ଏମପିୟାର ଦାୟିତ୍ୱ ତୁଲାଇଥିଲେ, ସୁନ୍ଦର ଭାବରେ ଖେଳକୁ ପରିଚାଳନା ରେ ସାହାଯ୍ୟ କରିଥିଲେ ଛାୟାକାନ୍ତ ନାଏକ, ଚିତ୍ତରଞ୍ଜନ ଭୋଇ, ସୁବୁଦ୍ଧି ନାଏକ, ଦୀନବନ୍ଧୁ ତାଣ୍ଡି, ପିଣ୍ଟୁ ନାଏକ, ଦିଲୀପ ନାଏକ, ମିଳନ ନାଏକ, ଦଶରଥ ନିହାର, ଅମିତ ନାଏକ, ଭମର ନାଏକ, ଗୁଣ ନାଏକ, ଡମ୍ୱରୁ ଧର ନାଏକ ମଞ୍ଚ ପରିଚାଳନା ରେ ସହଯୋଗ କରିଥିଲେ।