ଝରୀଗାଁ/କ୍ରାନ୍ତିକ୍ଷେତ୍ର (ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରୀଗାଁର ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ ଓ ସୁବାସ ପଟ୍ଟନାୟକ ଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଝରୀଗାଁ ପ୍ରଥମ ଶ୍ରେଣୀ ବିଚାରପତିଙ୍କ ଅଦାଲତରେ ସହକାରି ଅଧିବକ୍ତା(ଏପିପି) ଭାବେ ନିଯୁକ୍ତ ଦିଆଯାଇଛି। ଏହା ସହିତ ତହସିଲ କାର୍ଯ୍ୟାଳୟ ପାଇଁ ଆଇନଜୀବି ସୁବାସ ପଟ୍ଟନାୟକ ଙ୍କୁ ନିଯୁକ୍ତି ଦିଆଯାଇଛି। ନୂତନ ବର୍ଷରେ ନୂତନ ସହକାରୀ ଅଧିବକ୍ତା ନିଯୁକ୍ତ ଅଂଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଦୁଇ ଆଇନଜୀବୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଝରୀଗାଁ ବିଧାୟକ ନରସିଂହ ଭତ୍ରା, ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକଙ୍କୁ କୃତଜ୍ଞତା ଜଣେଇବା ସହ ଝରୀଗାଁ ଆଇନଜୀବୀ ସଂଘ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏବଂ ଆଗାମୀ ଦିନରେ ଝରୀଗାଁ ଅଞ୍ଚଳ ର ଗରିବ ଓ ଅସହାୟ ଲୋକଙ୍କୁ ଆଇନ ସହାୟତା ଯୋଗେଇବା ପାଇଁ ଦୃଢ ସଂକଳ୍ପ ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି।
