ନବରଙ୍ଗପୁର/କ୍ରାନ୍ତିକ୍ଷେତ୍ର (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ବିଚାରପତି ବିଷ୍ଣୁ ପ୍ରସାଦ ମିଶ୍ର ଏକ ଘଟଣାର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୁଇ ଜଣ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ପୋଲିସ ଗତ ୨୭।୪।୨୧ ତାରିଖ ଦିନ କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳରୁ କଳାହାଣ୍ଡି ଜିଲ୍ଲାର ଆମପାଣିକୁ ଗଞ୍ଜେଇ ଚାଲାଣ କରୁଥିବାର ସୂଚନା ପାଇଥିଲେ। ପୋଲିସ ସନ୍ଦେହ ଜନକ ଭାବରେ ଏକ ଧଳା ରଙ୍ଗର ହୁଣ୍ଡାଇ ସାନଟ୍ରୋ କାରକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଗାଡିକୁ ନରଖି ସନ୍ଦେହଜନକ ଭାବରେ କ୍ଷିପ୍ର ବେଗରେ ଗାଡି ଚାଳନା କରିଥିଲା ଫଳ ସ୍ୱରୂପ ପୋଲିସର ଅଧିକ ସନ୍ଦେହ ଘନୀଭୂତ ହେଲା। ସେମାନେ ଗାଡିର ପିଛା କରି ମୈଦଲପୁର ପୋଲିସ ଫାଣ୍ଡି ନିକଟରେ ଅଟକାଇବାରେ ସଫଳ ହେବାପରେ ତାଙ୍କ ଠାରୁ କି ୨୫. ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ପାପଡାହାଣ୍ଡି ପୋଲିସ ଦୁଇଜଣ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶଙ୍କ ନାମରେ ପାପଡାହାଣ୍ଡି ଥାନା କେସ ନମ୍ବର ୫୯/୨୧ ପ୍ରକାରେ ଭାରତୀୟ ପିଙ୍ଗଳ କୋର୍ଡର ଦଫା ୨୦ (ବି) (ଆଇଆଇ) ଏନ ଡି ପି ଏସ ଆଇନ ପ୍ରକାରେ ଏକ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ। ଯାହାର କୋର୍ଟ କେସ ନମ୍ବର ଥିଲା ଟିଆର -୩୩/୨୧। ସମସ୍ତ ୨୦ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ମାନ୍ୟବର ବିଚାରପତି ବିଷ୍ଣୁ ପ୍ରସାଦ ମିଶ୍ର ଅଭିଯୁକ୍ତ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ସହଯୋଗୀ ମାମଲାକୁ ପରିଚାଳନା କରୁଥିଲେ।
