ଜୟପାଟଣା ବ୍ଲକରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : କଳାହାଣ୍ଡି ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ୧୬ଟି ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ଜୟପାଟଣା ବ୍ଲକର ଅଁଲାଭଟା ଓ ସାସ୍ତୁଗୁଡ଼ା ବିଦ୍ୟାଳୟ ତୃତୀୟ ପର୍ଯ୍ୟାୟରେ ସ୍ଥାନ ପାଇଛି। ଏହି ଅବସରରେ ଉଭୟ ବିଦ୍ୟାଳୟରେ ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହ ଆୟୋଜିତ ହୋଇଥିଲା। ଅଁଲାଭଟାରେ ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଏବଂ ସାସ୍ତୁଗୁଡ଼ାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିସାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଶିକ୍ଷା ବିଭାଗର ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।ଏହି ଯୋଜନା ଦ୍ୱାରା ଅଞ୍ଚଳର ଶିକ୍ଷା ବ୍ୟବସ୍ଥାର ଉନ୍ନତି ହେବ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *