ପୂର୍ବତନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୋକସଭା

କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିଠାରେ ଗୁରୁବାର ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ସ୍ବର୍ଗତ ରାସବିହାରୀ ବେହେରାଙ୍କ ସ୍ମୃତିରେ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦିବଙ୍ଗତନେତାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ। ଶୋକସଭାରେ ରୁତୁରାଜ ମାଝୀ, ଜିତେନ୍ଦ୍ର ପଣ୍ଡା, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ଭାସ୍କର ରାଓ, ଦୟାନିଧି ବାଗ, ରାଜୁ ପଟେଲ, ରହସ୍ୟ ବାଗ, ବିଜୟ କୁମାର ପଣ୍ଡା ଏବଂ ମନୋରଞ୍ଜନ ବାଣୁଆ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ବକ୍ତାମାନେ କହିଥିଲେ ଯେ, ସ୍ବର୍ଗତ ବେହେରା କେବଳ ଜଣେ ରାଜନେତା ନଥିଲେ, ବରଂ ସେ ଏକାଧାରରେ ଜଣେ ସାହିତ୍ୟିକ, କ୍ରୀଡ଼ା ସଂଗଠକ, ସାମ୍ବାଦିକ ଓ ସମାଜସେବୀ ଭାବେ ସମାଜରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି। ତାଙ୍କର ଏଭଳି ଅମାୟିକ ବ୍ୟବହାର ଓ ଜନକଲ୍ୟାଣକାରୀ କାର୍ଯ୍ୟ ଅଞ୍ଚଳବାସୀ ସର୍ବଦା ମନେ ରଖିବେ ବୋଲି ମତପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *